ହାଟଡିହି-୩୧/୭: (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ସମଣା ପଞ୍ଚାୟତର ବରାଙ୍ଗ ଛକରେ ଚୋରାମଦବିକ୍ରୀ ହେଉଥିବାରୁ ଏଠାରେ ଅନେକ ସମୟରେ ଅପ୍ରତିକର ପରିସ୍ଥିତି ସୃଷ୍ଟି ହେଉଥିବାରୁ ଏହାକୁ ଯୁବଗୋଷ୍ଠୀ ପକ୍ଷରୁ ବିରୋଧ କରାଯାଇଛି । ଦିନ ନାହିଁ ରାତି ନାହିଁ ସବୁବେଳେ ଏକ କେବିନି ପଛପଟେ ଚୋରାରେ ଦେଶୀ ଓ ବିଦେଶୀ ମଦ ବିକ୍ରୀ ହେଉଥିବାରୁ ଅନେକ ଲୋକ ଏଠାରେ ମାତାଲ ଅବସ୍ଥାରେ ଗାଳିଗୁଲଜ କରିବା ସହ ରାସ୍ତାରେ ଯାଉଥିବା ଝିଅ ବୋହୁ ମାନଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରୁଛନ୍ତି । ଏହାକୁନେଇ ବରାଙ୍ଗ ଛକରେ ଅନେକ ସମୟରେ ପାଟିତୁଣ୍ଡ ହେବାସହ ଝଗଡାଝାଟି ମଧ୍ୟ ହେଉଛି । ସାଧାରଣ ଲୋକଟିଏ ବଜାରକୁ ଆସିବାକୁ କୁଣ୍ଠାବୋଧ କରୁଛନ୍ତି । ସ୍କୁଲ କଲେଜ ଯିବାକୁ ଛାତ୍ରଛାତ୍ରୀମାନେ ମଧ୍ୟ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ବରାଙ୍ଗ ଅଞ୍ଚଳର ଯୁବଗୋଷ୍ଠୀ ଆଜି ଏହାକୁ ବିରୋଧ କରିବା ସହିତ ପୁଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଚୋରା ମଦବେପାରକୁ ବନ୍ଦ କରିବାକୁ ଗ୍ରାମର ଶଙ୍କର୍ଷଣ ଜେନା, ପିନାକୀ ଚନ୍ଦନ ସାହା, ବିଦ୍ୟାଧର ନାୟକ, କାହ୍ନୁ ଚରଣ ସାହା, ରାମଚନ୍ଦ୍ର ବେହେରା, ସୁଦର୍ଶନ ନାୟକ, ସୁବ୍ରତ ନରୟକ, ଗଣେଶ ଚନ୍ଦ୍ର ଧିର, ମନୋଜ ନାୟକ, ରୁଦ୍ରେଶ୍ୱର ପଣ୍ଡା, ପ୍ରଭାତ ଚନ୍ଦ୍ର ନାୟକ, ଉମେଶ ଚନ୍ଦ୍ର ଧିର ପ୍ରମୁଖ ଦାବି କରିଛନ୍ତି ।