Home ଜିଲ୍ଲା ପରିକ୍ରମା ବରହମ୍‌ପୁର ସେବା ସମବାୟ ସମିତିର ମଣ୍ଡି ଉଦ୍‌ଘାଟିତ

ବରହମ୍‌ପୁର ସେବା ସମବାୟ ସମିତିର ମଣ୍ଡି ଉଦ୍‌ଘାଟିତ

49

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପୂର୍ବାହ୍ଣରେ ଭଦ୍ରକ ବ୍ଳକ ଅନ୍ତର୍ଗତ ବରହମ୍‌ପୁର ସେବା ସମବାୟ ସମିତିର ଚଳିତ ୨୦୨୩-୨୪ ଆର୍ôଥକ ବର୍ଷର ଧାନ କ୍ରୟ ନିମନ୍ତେ ମଣ୍ଡିର ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସେବା ସମବାୟ ସମିତିର ପୂର୍ବତନ ସଭାପତି ତଥା ବର୍ତ୍ତମାନର ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ କୁମାର ପାଢ଼ୀ, ସମିତିର ବର୍ତ୍ତମାନର ସଭାପତି ଦେବକାନ୍ତ ପରିଡ଼ା, ପରିଚାଳନା ସମିତିର ସମସ୍ତ ସଦସ୍ୟସଦସ୍ୟା, ସମ୍ପାଦକ, ସହକାରୀ ସମ୍ପାଦକ ଏବଂ କର୍ମଚାରୀଙ୍କ ଉପସ୍ଥିତିରେ ଉଦ୍‌ଘାଟିତ ହୋଇ ଯାଇଛି । ଚଳିତ ଆର୍ଥିକ ବର୍ଷ ପାଇଁ ସମିତିରେ ୬୪୨ ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି । ଏବେ ସୁଦ୍ଧା ଧାନ କ୍ରୟ ନିମନ୍ତେ ୮୪୧୮ କୁଇଣ୍ଟାଲ ଧାନ କ୍ରୟ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଧାନ କ୍ରୟ ନିମନ୍ତେ କ୍ଷେତ୍ରପାଳ ରାଇସ୍ ମିଲ୍ ପାଇଁ ୩୩୬୭ କୁଇଣ୍ଟାଲ ଏବଂ ଗଣପତି ରାଇସ୍ ମିଲ୍ ପାଇଁ୧୬୮୪ କୁଇଣ୍ଟାଲ ଧାନ କ୍ରୟ ସରକାରୀ ଧାର୍ଯ୍ୟ ହୋଇଛି । ଧାନ କ୍ରୟ ସମୟରେ ଚାଷୀମାନେ ସରକାରୀ ନୀତିନିୟକୁ ପାଳନ କରିବାକୁ ଉଦ୍‌ଘାଟନ ଅବସରରେ ଅତିଥିମାନେ ଅନୁରୋଧ କରିଥିଲେ । ଉତ୍ସବରେ ବରହମ୍‌ପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ନରହରି ସାହୁ, ସମିତି ସଭ୍ୟା ସସ୍ମିତା ପଲାଇ, ସମିତିର ଉପସଭାପତି କୁନିଲତା ମଲିକ, ନିର୍ଦ୍ଦେଶକ ଜଗବନ୍ଧୁ ମହଲ, ଉପେନ୍ଦ୍ର ପଲାଇ, ରଞ୍ଜିତ କୁମାର ବଳ, ସୌଭାଗ୍ୟ ରଂଜନ ଲେଙ୍କା, ପଦ୍ମଲୋଚନ ଦାସ, ଅଜୟ କୁମାର ପଲାଇ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.