Home ଜିଲ୍ଲା ପରିକ୍ରମା ବନ୍ୟାରେ ୮ ପଞ୍ଚାୟତର ୨୯୨୭ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ

ବନ୍ୟାରେ ୮ ପଞ୍ଚାୟତର ୨୯୨୭ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ

20

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକରେ ଚଳିତ ବର୍ଷ ପ୍ରଥମ ବନ୍ୟା ଆସିଥିଲା । ଏହି ବନ୍ୟାରେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିଲା । ତିହିଡ଼ି ରାଜସ୍ୱ ଓ କୃଷି ବିଭାଗ ପକ୍ଷରୁ ଚାଷଜମିର ଯୁଗ୍ମଭାବେ କ୍ଷୟକ୍ଷତିର ଆକଳନ କରାଯାଇଛି । ଯୁଗ୍ମ ରିପୋର୍ଟ ଅନୁଯାଇ ବ୍ଲକର ୮ଟି ପଞ୍ଚାୟତ ୨୫ଟି ଗ୍ରାମର ୨୯୨୭ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି । କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ହେକ୍ଟର ପିଛା ୮,୫୦୦ ଲେଖାଏଁ ସହାୟତା ମିଳିବ ବୋଲି ସୂଚନା ମିଳିଛି । ତେବେ ବୋଡ଼କ ପଞ୍ଚାୟତର ୫ଟି ରାଜସ୍ୱ ଗ୍ରାମର ୪୩୧ ହେକ୍ଟର, ତଳଗୋପବିନ୍ଧା ପଞ୍ଚାୟତ ୨ଟି ରାଜସ୍ୱ ଗ୍ରାମର ୯୨ ହେକ୍ଟର, ବିଲଣା ପଞ୍ଚାୟତର ୧ ରାଜସ୍ୱ ଗ୍ରାମର ୧୪୪ ହେକ୍ଟର, ବାରୋ ପଞ୍ଚାୟତର ୨ଟି ରାଜସ୍ୱ ଗ୍ରାମର ୧୫୬ ହେକ୍ଟର, କାଁପଡ଼ା ପଞ୍ଚାୟତ ୪ଟି ରାଜସ୍ୱ ଗ୍ରାମର ୪୩୩ ହେକ୍ଟର, ବାରସର ପଞ୍ଚାୟତ ୩ଟି ରାଜସ୍ୱ ଗ୍ରାମର ୫୮୫ ହେକ୍ଟର, ଶ୍ୟାମସୁନ୍ଦରପୁର ପଞ୍ଚାୟତ ୪ଟି ରାଜସ୍ୱ ଗ୍ରାମର ୬୦୧ ହେକ୍ଟର, ଗୋବିନ୍ଦପୁର ପଞ୍ଚାୟତ ୪ଟି ରାଜସ୍ୱ ଗ୍ରାମର ୪୮୫ ହେକ୍ଟର ଚାଷଜମି ବନ୍ୟାଜଳରେ ବୁଡ଼ି ରହି ଧାନଚାଷ କ୍ଷତି ହୋଇଥିବା ରିପୋର୍ଟ ଜିଲାପାଳ ଓ ସରକାରଙ୍କୁ ପ୍ରଦାନ କରାଯାଇଥିବା ରାଜସ୍ୱ ବିଭାଗର ତହସିଲଦାର ପ୍ରତୀକ ସାହୁ ଓ ବ୍ଲକ କୃଷି ଅଧିକାରୀ ରଘୁନାଥ ପତି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.