ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର, ରହଣିଆ ଓ କଣ୍ଟି ବନ୍ୟାଞ୍ଚଳ ରାଷ୍ଟ୍ରୀୟ ନବ ନିର୍ମାଣ କୃଷକ ସଙ୍ଗଠନ ସଂଯୋଜକ ଅକ୍ଷୟ କୁମାର ଶୁକ୍ରବାର ପରିଦର୍ଶନ କରିା ସହ କଣ୍ଟିଘାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ରାଜ୍ୟ ସହ ସଂଯୋଜକ ତ୍ରିଲୋଚନ ପଣ୍ଡା, ଭଦ୍ରକ ଜିଲ୍ଲା ଳସଂଯୋଜକ ଦୁର୍ଗା ଦାସ, ଯାଜପୁର ଜିଲ୍ଲା ସଂଯୋଜକ ଅଶୋକ ଶାନ୍ତି, ଭଣ୍ଡାରିପୋଖରୀ ସଂଯୋଜକ ବିବେକାନନ୍ଦ ଜେନା, ଷୋଳମପୁର ଗ୍ରାମ ପଞ୍ଚାୟତର ଚକ୍ରଧର ନାୟକ, ଗୁରୁଚରଣ ସାହୁ, କିଶୋର ନାୟକ, ଗୋକୁଳାନନ୍ଦ ସାମଲ, ବିଦ୍ୟାଧର ନାୟକ, ଗଣେଶ ଜେନା, ମହେଶ୍ୱର ରାଉତ, ପ୍ରଶାନ୍ତ ନାୟକ, ଅଜୟ ଜେନା, ଗୁରୁଚରଣ ନାୟକ, ସମୀର ନାୟକ, ସମାଜସେବୀ ବିଶ୍ୱମ୍ଭର ରାଉତ ପ୍ରମୁଖଙ୍କ ସହ ଶ୍ରୀ ଅକ୍ଷୟ କୁମାର ବରାହନୂଆପଡା କୂଳସାହି, ରହଣିଆ ଗ୍ରାମର ବନ୍ୟାରେ ଭାସି ଯାଇ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଭେଟି ଅଶ୍ୱାସନା ଦେଇଥିଲେ । ଏଥିସହ ସରକାର ଏକର ପିଛା ପନ୍ଦର ହଜାର ଓ ଭାଗଚାଷୀଙ୍କୁ ସାତ ହଜାର ପାଞ୍ଚଶହ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି । ଭଣ୍ଡାରିପୋଖରୀର ଦୁଃଖ ବୋଲି କୁହାଯାଉଥିବା କଣ୍ଟିଘାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ସରକାରଙ୍କ ନିକଟରେ ଦାବି ରଖିଥିଲେ । ଏହି ଘାଇ ଦ୍ୱାରା ପ୍ରବେଶ କରୁଥିବା ବନ୍ୟାଜଳ ଦ୍ୱାରା ଭଣ୍ଡାରିପୋଖରୀ, ଧାମନଗର ଓ ତିହିଡି ଓ ଚାନ୍ଦବାଲି ବ୍ଳକର ୪୨ ପଞ୍ଚାୟତ କ୍ଷତିଗ୍ରସ୍ତ ହେଉଥିବା ଜାଣି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଏଥିନେଇ ଆନ୍ଦୋଳନ କରାଯିବ ବୋଲି ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ସରକାରଙ୍କୁ ଚେତାବନୀ ଦେଇଥିଲେ ।