ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବନ୍ତ ବ୍ଳକ ଛୟାଳସିଂହ ପଞ୍ଚାୟତର ୨୦ରୁ ଉର୍ଦ୍ଧ୍ୱ ଯୁବନେତା ଆଜି ବିସପେିରେ ସାମିଲ ହୋଇଛନ୍ତି । କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ତଥା ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ନେତା ବଦ୍ରିନାରାୟଣ ଧଳଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ଆଜି ଏହି ଯୁବନେତାମାନେ ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ହେମନ୍ତ ପାଢୀଙ୍କଠାରୁ ଦଳୀୟ ଉତ୍ତରୀୟ ଗ୍ରହଣ କରିଛନ୍ତି । ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଧଳଙ୍କ ସମେତ ବିଜେପିର ରାଜ୍ୟ ସମ୍ପାଦକ ଅଭିମନନ୍ୟୁ ସେଠୀ, ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, ଯୁବନେତା ସନ୍ତୋଷ ନାୟକ ପ୍ରମୁଖଙ୍କ ଉପସ୍ଥିତିରେ ଯୁବନେତା ରଘୁନାଥ ଦାସ, ଅମିୟ ରାଉତ, ମୁକ୍ତିକାନ୍ତ ରାଉତ, ରତିକାନ୍ତ ରାଉତ, ପରିକ୍ଷିତ ରାଉତ, ଅନିଲ ରାଉତ, ସଞ୍ଜୟ ଦାସ, ସୁବ୍ରତ କର, ଚିଣ୍ଟୁ ସାହୁ, ଅକ୍ଷୟ ଦାସ, ପତାପ ମଲ୍ଲିକ, ଚତୁର୍ଭୁଜ ରାଉତ, ଶୁଭାଶିଷ ସ୍ୱାଇଁ, ବାପୁନ ଯେନାଙ୍କ ସମେତ ୨୦ରୁ ଉର୍ଦ୍ଧ୍ୱ ଯୁବନେତା ବିଜେପିରେ ସାମିଲ ହୋଇଛନ୍ତି । ଏହି ଯୁବକଙ୍କ ଦଳରେ ଯୋଗଦାନ ଆଗାମୀ ଦିନରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବ ବୋଲି ଶ୍ରୀ ଧଳ ପ୍ରକାଶ କରିଛନ୍ତି ।