Home ଜିଲ୍ଲା ପରିକ୍ରମା ବନ୍ତ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ବାର୍ଷିକ ଉତ୍ସବ, ବୟସ ବଢିଲେ ସାମାଜିକ ଦାୟିତ୍ୱ ବଢେ

ବନ୍ତ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ବାର୍ଷିକ ଉତ୍ସବ, ବୟସ ବଢିଲେ ସାମାଜିକ ଦାୟିତ୍ୱ ବଢେ

28

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ଆଜି ସ୍ଥାନୀୟ ଆଞ୍ଚଳିକ ମହାବିଦ୍ୟାଳୟରେ ବନ୍ତ ପରିସରରେ ପାଳନ କରାଯାଇଛି । ଦ୍ୱିତୀୟ ବାର୍ଷିକ ଉତ୍ସବ ଆୟୋଜନ ପ୍ରାରମ୍ଭରେ ଅତିଥି ମାନେ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଆୟୋଜିତ ସଭାକୁ ସଂଘ ସଭାପତି ବିଶିଷ୍ଠ ନାଟ୍ୟକାର ଡ. ସୁଧାଂଶୁ ଶେଖର ନାୟକ ପୌରହିତ୍ୟ କରି କହିଲେ,ବୟସ ବଢିଲେ ବରିଷ୍ଠଙ୍କ ସାମାଜିକ ଦାୟିତ୍ୱ ବଢିଥାଏ । ଅନେକ ସମୟରେ ଯୁବ ପିଢି ବାଟବଣା ହୋଇଯାଉଥିବା ବେଳେ ବରିଷ୍ଠଙ୍କ ମାର୍ଗ ଦର୍ଶନ ଅପରିହାର୍ଯ୍ୟ । ଏଥିସହ ବରିଷ୍ଠ ମାନେ ଜୀବନର ଶେଷ ପର୍ଯ୍ୟାୟରେ ଏକା ନ ମଣିବାର ବାର୍ତ୍ତା ନେଇ ଏଠାରେ ସଂଘ ଗଠନ କରାଯାଇଛି ବୋଲି ସେ କହିଥିଲେ । ସଭାରେ ଅତିରିକ୍ତ ଜିଲ୍ଲାପାଳ ତଥା ଭୂରାଜସ୍ୱ ଅଧିକାରୀ କାର୍ତ୍ତିକନାଥ ମଣ୍ଡଳ, ଜିଲ୍ଲା ଖାଉଟି ବିବାଦ ପ୍ରଶମନ ଆୟୋଗ ଅଧ୍ୟକ୍ଷ ଶିବପ୍ରସାଦ ମହାନ୍ତି, ଭଦ୍ରକ ଉପ-ଆରକ୍ଷୀ ଅଧିକ୍ଷକ ପୁଷ୍ପଲତା ବାରିକ, ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ସଭାପତି ଡ. କୃପାସିନ୍ଧୁ ପଣ୍ଡା, ସମ୍ପାଦକ ବିଷ୍ଣୁମୋହନ ଦାସ ସାମନ୍ତ, ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର, ବନ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦିପ କୁମାର ସେଠୀ, ବନ୍ତ ଥାନାଧିକାରୀ ଶ୍ରୀବଲ୍ଲଭ ସାହୁ, ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମଲ, ଆଗରପଡ଼ା ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ କୈଳାଶ ଚନ୍ଦ୍ର ଧଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ମାନେ ଆମ ସମସ୍ତଙ୍କର ପୂଜ୍ୟ, ସେମାନଙ୍କୁ ଉଚିତ୍ ସମ୍ମାନ, ସୁସ୍ଥ ଓ ନିରୋଗମୟ ଜୀବନ ଧାରଣ ପାଇଁ ଆମ୍ଭମାନଙ୍କୁ ସଦା ଚେଷ୍ଟିତ ହେବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ନାରାୟଣ ଚନ୍ଦ୍ର ଲେଙ୍କା ଅତିଥି ପରିଚୟ, ଗୋବିନ୍ଦ ଚନ୍ଦ୍ର ବାରିକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।

ସମ୍ପାଦକ ଭାସ୍କର ଚନ୍ଦ୍ର ପାଢୀ ବାର୍ଷିକ ବିବରଣୀ ପାଠରେ ମଞ୍ଚର ବିଭିନ୍ନ ସାମାଜିକ ସାଂସ୍କୃତିକ କାର୍ଯ୍ୟରେ ସହଭାଗିତା ଉପରେ ଆଲୋକପାତ କରିବା ସହ ବନ୍ତ ଠାରେ ଅବସର ବିନୋଦନ ଗୃହ, ଦମକଳକେନ୍ଦ୍ର ଓ ଷ୍ଟେଟ୍ ବ୍ୟାଙ୍କ ପ୍ରତିଷ୍ଠା ଆଦି ନେଇ ସରକାରଙ୍କ ଠାରେ ଦୃଢ ଦାବି ଉପସ୍ଥାପନ କରିଥିଲେ । ଶେଷରେ ନବ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଶତାଧିକ ବରିଷ୍ଠ ନାଗରିକ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରତ୍ନାକର ଦାଶ, ଅଲେଖ ନାୟକ , କେଦାର ନାଥ ମହାନ୍ତି, ଭାଗବତ ସାହୁ, ଭାଗବତ ସୁତାର, ବିଜୟ ମଜୁମ୍‌ଦାର, ହୃଦାନନ୍ଦ ସାମଲ, ମୁକ୍ତିକାନ୍ତ ସାହୁ, ପ୍ରଭାତ ସେନାପତି, ବାବାଜି ଚରଣ ଦଳେଇ, ଗଦାଧର ସେନାପତି, କୈଳାଶ ଚଢେଇ, ପ୍ରକାଶ ସାହୁ, ରୋହିତ କୁମାର ଜେନା, ନିରଞ୍ଜନ ସେନାପତି, ହରିହର ପାଣିଗ୍ରାହି, ଅକ୍ଷୟ ଜେନା, ମୁକ୍ତିକାନ୍ତ ସାହୁ, ଚର୍ତୁଭୁଜ ପହି, ଆନନ୍ଦ ଓଝା, ନୃସିଂହ ବାରିକ୍‌, ସେକ୍ ଜଲାଲୁବ୍ଦିନ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.