Home ଜିଲ୍ଲା ପରିକ୍ରମା ବନ୍ତ କଂଗ୍ରେସ ଦଳର ସଂକୀର୍ତ୍ତନ ସତ୍ୟାଗ୍ରହ

ବନ୍ତ କଂଗ୍ରେସ ଦଳର ସଂକୀର୍ତ୍ତନ ସତ୍ୟାଗ୍ରହ

47

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୀ ଶ୍ରୀ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ୪ଦ୍ୱାର ଖୋଲିବା ସହ ରତ୍ନଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ଅଳଙ୍କାର ଗଣତି, ଭଣ୍ଡାର ଘର ମରାମତି ଓ ବେଦାନ୍ତ କମ୍ପାନୀ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଶ୍ରୀ ଜଗନ୍ନାଥଙ୍କ ଅମୃତ ମଣହି ଜମି ସହ ଚାଷ ଜମିକୁ ଫେରସ୍ତ କରିବା ଦାବୀରେ ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନକ୍ରମେ ସାରା ରାଜ୍ୟରେ କଂଗ୍ରେସ ଦଳ ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ ଆୟୋଜନ କରାଯାଉଥିଲା ବେଳେ ବନ୍ତ ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ବନ୍ତ ବ୍ଲକ୍ ସଦରମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଆଜି ସଂକୀର୍ତ୍ତନ ସତ୍ୟାଗ୍ରହ ଆୟୋଜିତ ହୋଇଯାଇଛି । ଯୁବନେତା ଜ୍ୟୋତି ରଞ୍ଜନ ନାୟକଙ୍କ ତତ୍ୱାବଧାନରେ କଂଗ୍ରେସ କର୍ମୀମାନେ ମନ୍ଦିର ପରିସରରେ ୯ଟା ଠାରୁ ୧୨ଟା ପର୍ଯ୍ୟନ୍ତ ସଂକୀର୍ତ୍ତନ ସତ୍ୟାଗ୍ରହ ଜାରୀ ରଖିଥିଲେ । ବ୍ଲକ୍ କଂଗ୍ରେସ କମିଟି ସଭାପତି ରାଜ୍ କିଶୋର ସ୍ୱାଇଁ, ବରିଷ୍ଠ କଂଗ୍ରେସ ନେତା ରବି ନାରାୟଣ ମହାନ୍ତି, ପ୍ରଫୁଲ୍ଲ ରାଉତ, ବ୍ଲକ୍ ପର୍ଯ୍ୟବେକ୍ଷକ ଅଜୟ ସାହୁ, ପ୍ରାକ୍ତନ ବ୍ଲକ୍ ଅଧ୍ୟକ୍ଷ ହରମୋହନ ବେହେରା, ଇଂ ସୁଧାଂଶୁ ନାୟକ, ବସନ୍ତ କୁମାର କର, ଗୌରାଙ୍ଗ ପଣ୍ଡା, ସନାତନ ନାୟକ, ମଣିଭଦ୍ର ବିଶ୍ୱାଳ, ମନୋରଞ୍ଜନ ମହାପାତ୍ର, ସୁଧାକର କୁଅଁର, ମନୋରଞ୍ଜନ ପାତ୍ର, ସୁଦାମ ଚରଣ ଖଣ୍ଡା, ନିକି ମୈକାପ, ସାଦ୍ଦ୍ ସିଦ୍ଦିକ୍‌, କପିଳ ଭୋଳ, ଜଗବନ୍ଧୁ ବେହେରା, ବିଜୟ ବାରିକ, ସନ୍ତୋଷ ସ୍ୱାଇଁ, ମାର୍କଣ୍ଡ ବେହେରା, ଦୀପକ ମହାନ୍ତି, ସନ୍ଦୀପ ଜେନା, ଉଜ୍ୱଳ ଜେନା, ଗଜେନ୍ଦ୍ର ଦାସ, ଗୌରାଙ୍ଗ ତ୍ରିପାଠୀ, କୈଳାସ ପାତ୍ର, ଦେବରାଜ ଜେନାଙ୍କ ସହ ବିଭିନ୍ନ ପଞ୍ଚାୟତର ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.