ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସହିଦ୍ ମାନଙ୍କ ଉଦେଶ୍ୟରେ ଦିଲ୍ଲୀରେ ନିର୍ମାଣ ହେବାକୁ ଥିବା ଅମୃତ ବାଟିକା ପାଇଁ ଆଜି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଟିଲୋ ଠାରେ ଅମୃତ ମୃତ୍ତିକା ସଂଗ୍ରହ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ସକାଳେ ବେଲମଳା ହନୁମାନ ମନ୍ଦିରରୁ ବିଜେପି ନେତା ସୁଧାଂଶୁ ଶେଖର ନାୟକଙ୍କ ଆବାହକତ୍ତ୍ୱରେ ଶତାଧିକ କାର୍ଯ୍ୟକର୍ତ୍ତା ଅମୃତ କଳସ ଧରି ବେଲମଳା,ଟିଲୋ ବଡ଼ସାହି ଓ ଶେଷରେ ଗଭରପୁର ଗ୍ରାମର ଘରକୁ ଘର ଯାଇ ଚଉଁରାରୁ ମାଟି ସଂଗ୍ରହ କରିଥିଲେ । ରାଜ୍ୟ ବିଜେପି ସମ୍ପାଦକ ଅଭିମନ୍ୟୁ ସେଠୀ,ଭଣ୍ଡାରିପୋଖରୀ ବିଧାନସଭା ନେତା ବଦ୍ରିନାରାୟଣ ଧଳ,ଜିଲ୍ଲା ବିଜେପି ଉପ-ସଭାନେତ୍ରୀ ପଙ୍କଜିନୀ ଲେଙ୍କା,ସାଧାରଣ ସମ୍ପାଦକ ଭଗବାନ ପଣ୍ଡା,ବରିଷ୍ଠ ବିଜେପି ନେତା କମଳାକାନ୍ତ ସାହୁ,ସୁଧିର ନାୟକ,ଜିତେନ୍ଦ୍ର ନାୟକ,ପୂର୍ବତନ ସରପଞ୍ଚ କୃପାସିନ୍ଧୁ ସେଠୀ,କିଶୋର କିଙ୍କର ପଢ଼ିଆରୀ,ବନ୍ତ ମଣ୍ଡଳ ସଭାପତି ଖଗେଶ୍ୱର ବେହେରା,ଛୟାଳସିଂ ସରପଞ୍ଚ ପ୍ରତିନିଧି ସନ୍ତୋଷ ନାୟକ ପ୍ରମୁଖ ଏହି ଶୋଭାଯାତ୍ରାରେ ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ମା ମାନେ ଉତ୍ସାହର ସହ ଶଂଙ୍ଖଧ୍ୱନି,ହୋଳହୋଳି ଓ ବନ୍ଦାପନା କରି ଶୋଭାଯାତ୍ରାକାରୀ ଙ୍କୁ ସ୍ୱାଗତ କରୁଥିବା ଦେଖାଯାଇଥିଲା । ଅନ୍ୟମାନଙ୍କ ମ୍ମରେ ଶ୍ୟାମ ସୁନ୍ଦର ଦାସ,ଦିଲିପ ପୁହାଣ,ଜିତେନ ନାଥ,ପ୍ରଣବ ଜେନା,ଶଶିକାନ୍ତ ସେଠୀ,ରତିକାନ୍ତ ନାୟକ,ଧିରେନ୍ଦ୍ର ନାୟକ,କୃଷ୍ଣ ଚନ୍ଦ୍ର ଜେନା,ରାମଚନ୍ଦ୍ର ଜେନା,ମହେନ୍ଦ୍ରନାଥ ଖୁଣ୍ଟିଆ,ବଟକୃଷ୍ଣ ଦାସ,ଇନ୍ଦ୍ରମଣୀ ସେଠୀ,ନବକିଶୋର ଜେନା,ହେମନ୍ତ ମଳିକ,ବସନ୍ତ ବିଶ୍ୱାଳ ପ୍ରମୁଖ ଶୋଭାଯାତ୍ରାରେ ସାମିଲ ଥିଲେ । ପ୍ରକାଶ ଥାଉକି ବିଶିଷ୍ଠ ନାଟ୍ୟକାର ତଥା ସମାଜସେବୀ ସୁଧାଂଶୁ ନାୟକ ଏଠାରେ ବିଜେପିର ମଙ୍ଗ ଧରିବା ପରେ ନିୟମିତ ଭାବେ ଦଳୀୟ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଓ ବିଧାନସଭାର ବରିଷ୍ଠ ନେତୃ ବୃନ୍ଦଙ୍କ ଉପସ୍ଥିତ ଦଳୀୟ କର୍ମୀମାନଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି ।