Home ଜିଲ୍ଲା ପରିକ୍ରମା ବନ୍ତରେ ବାଜପେୟୀଙ୍କ ଶ୍ରାଦ୍ଧଦିବସ ପାଳିତ

ବନ୍ତରେ ବାଜପେୟୀଙ୍କ ଶ୍ରାଦ୍ଧଦିବସ ପାଳିତ

68

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚାୟତର ରାଇମଣୀ ବଜାରଠାରେ ଥିବା ହନୁମାନ ମନ୍ଦିର ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ବିଜେପି ବରେଡ଼ଶ୍ୱର ମଣ୍ଡଳ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ବାଜପେୟୀଙ୍କ ଫଟୋଚିତ୍ରରେ ଦୀପ ଓ ମାଲ୍ୟାର୍ପଣ ପୂର୍ବକ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପୂର୍ବତନ ସରପଞ୍ଚ ମନୋଜ କୁମାର ବିଶ୍ୱାଳ, ବରେଡ଼ଶ୍ୱର ମଣ୍ଡଳ ସଭାପତି ନବ କିଶୋର ବଳ, ଅଜୟ କୁମାର ଦାସ, ସୁଦାମ ରାଉଳ, ବିଚିତ୍ରାନନ୍ଦ ମହାନ୍ତି, ରାଧାମାଧବ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.