Home ଜିଲ୍ଲା ପରିକ୍ରମା ବନ୍ତରେ ଉଦ୍ୟାନ କୃଷି କର୍ମଶାଳା

ବନ୍ତରେ ଉଦ୍ୟାନ କୃଷି କର୍ମଶାଳା

42

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ୍ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ବ୍ଲକ୍ କୃଷି ସୂଚନା ପରାମର୍ଶ କେନ୍ଦ୍ର ପରିସରରେ ଏକ ଦିବସୀୟ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ସହକାରୀ ଉଦ୍ୟାନ କୃଷି ଅଧିକାରୀ ପାୟଲ ଚୌଧୁରୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସେଠୀ ଯୋଗଦେଇ କହିଲେ, ଉଦ୍ୟାନ କୃଷିର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନାରେ ଚାଷି ମାନଙ୍କୁ ସହାୟତା ଯୋଗାଇ ଦେଇଆସୁଛନ୍ତି । ଏହାର ଫାଇଦା ଉଠାଇ ଚାଷି ମାନେ ଉପକୃତ ହେବାକୁ ପରାମର୍ଶ ଦେଇଥିଲେ । ରାଣିତାଲ କୃଷି ବିଜ୍ଞାନକେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ସଞ୍ଜୟ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ ସହକାରୀ ଉଦ୍ୟାନ କୃଷି ନିଦ୍ଦେର୍ଶକ ହୃଦୟ ରଞ୍ଜନ ଜେନା, ବନ୍ତ କୃଷି ଅଧିକାରୀ ଅନିରୁଦ୍ଧ ବେହେରା, ଚାନ୍ଦବାଲି ସହକାରୀ ଉଦ୍ୟାନ କୃଷି ଅଧିକାରୀ ସାଧନା ପଣ୍ଡା, ବାସୁଦେବପୁରର ସୋନାଲୀ ସାହୁ, ସହକାରୀ କୃଷି ଯନ୍ତ୍ରୀ ଆର୍ଜୁ ପରବିନ୍‌, ଓଡ଼ିଶା ଜୀବିକା ମିଶନ୍‌ର ବ୍ଲକ ପ୍ରଜେକ୍ଟ ପରିଚାଳକ ଦୁର୍ଗା ପ୍ରଶନ୍ନ ଦାସ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଯୋଜନା ଉପରେ ବୁଝାଇ ଥିଲେ । ପ୍ରଥମ ପର୍ଯ୍ୟାୟ କର୍ମଶାଳାରେ ବନ୍ତ, ବସନ୍ତିଆ, ପଧାନପଡ଼ା, ଟିଲୋ ଓ ନିଳୋକ ପଞ୍ଚାୟତର ଶହେ ଜଣ ଅଗ୍ରଣୀ ଚାଷୀ ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ । ଉଦ୍ୟାନ କୃଷି ବିଭାଗର କର୍ମଚାରୀ ସୁଜାତା ମୈକାପ, ଚନ୍ଦ୍ରାଇ ହେମ୍ବ୍ରମ, ପ୍ରଭାତ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ମହିଳା ମାନଙ୍କୁ ରିହାତି ଦରରେ ଝୁଡ଼ି ବଣ୍ଟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.