Home ଜିଲ୍ଲା ପରିକ୍ରମା ବଢେଇଗଡିଆ ଗାଁ ଲୋକେ ଚାନ୍ଦା କରି ରାସ୍ତା ମରାମତି କଲେ

ବଢେଇଗଡିଆ ଗାଁ ଲୋକେ ଚାନ୍ଦା କରି ରାସ୍ତା ମରାମତି କଲେ

83

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ଦେଶ ସ୍ୱାଧୀନତା ହେବାର ୭୪ ବର୍ଷ ପୂରିଥିଲେ ବି ଭଦ୍ରକ ଜିଲାର ସଦର ମହକୁମାରେ ଏଭଳି ଗାଁ ଅଛି, ଯେଉଁଠାରେ ଯାତାୟତ କରିବା ପାଇଁ ରାସ୍ତାଟିଏ ନାହିଁ । ଫଳରେ ଗ୍ରାମବାସୀମାନଙ୍କ ପାଇଁ ଘରପୋଡି ଭଳି ଦୈବ ଦୁର୍ଘଟଣା ଓ ଡାକ୍ତରଖାନା ଯିବାପାଇଁ ପ୍ରସୂତିଟିଏକୁ ସାଙ୍ଗୀ କରି ନେବାକୁ ପଡେ । ତେବେ ଏଭଳି ଅବସ୍ଥାରେ ଗ୍ରାମବାସୀମାନେ ଶେଷରେ ନିଜ ମଧ୍ୟରେ ଚାନ୍ଦା କରି ରାସ୍ତା ମରାମତି କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏହିଭଳି ଗାଁ ହେଲା ଦିଇସିଂ ଗ୍ରାମପଞ୍ଚାୟତର କୁଶୁନନଗର ମୌଜାର ବଢେଇଗଡିଆ । ଯେଉଁଠାରେ ହରିଜନ ଓ ସାଧାରଣ ବର୍ଗର ପ୍ରାୟ ୧୭୦ ରୁ ଉର୍ଦ୍ଧ୍ୱ ପରିବାର ବସବାସ କରନ୍ତି । ଏହି ଗ୍ରାମକୁ ଏକ ପକ୍କା ରାସ୍ତା ପାଇଁ ଗ୍ରାମବାସୀମାନେ ବହୁବାର ଜିଲା ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ନିକଟରେ ଆପତ୍ତି ଅଭିଯୋଗ କଲେ ବି ତାହା ପାଣିର ଗାର ହୋଇଛି । ଯେଉଁଥିପାଇଁ ଏହି ବର୍ଷାଦିନରେ ହନ୍ତସନ୍ତ ହେବା ଅପେକ୍ଷା ଏକ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଚାନ୍ଦା ଆଦାୟ କରି ମରାମତି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.