Home ଓଡ଼ିଶା ବଢିଲା ରେଙ୍ଗାଲୀ ଜଳସ୍ତର

ବଢିଲା ରେଙ୍ଗାଲୀ ଜଳସ୍ତର

156

ଅନୁଗୁଳ,୦୧/୧୦,(ଓଡ଼ିଆ ପୁଅ ପି ନାଏକ): ଖୋଲିଲା ରେଙ୍ଗାଲି ଗେଟ । ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ରେଙ୍ଗାଲି ଜଳଭଣ୍ଡାରରୁ ଗୋଟିଏ ଗେଟରେ ବନ୍ୟା ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ରେଙ୍ଗାଲି ଜଳଭଣ୍ଡାରର ଜଳସ୍ତର 123.70 ମିଟର ଅଛି ଓ ଏହାର ସମ୍ପୂର୍ଣ୍ଣ ଜଳଧାରଣ ସ୍ତର 123.50 ମିଟର ଏବଂ ଏହାର ସବୋର୍ଚ୍ଚ ଜଳଧାରଣ ସ୍ତର 125.40 ମିଟର । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 3027 ଘନ ମିଟର ଜଳ ପ୍ରବେଶ କରୁଛି । ପାୱାର ହାଉସ ଦ୍ଵାରା ପ୍ରତି ସେକଣ୍ଡକୁ 527 ଘନ ମିଟର ଜଳ ନିଷ୍କାସିତ ହେଉଛି । ରେଙ୍ଗାଲି ଜଳଭଣ୍ଡାରର ନିମ୍ନ ଭାଗରେ ବାସ କରୁଥିବା ଗାଁ ଗୁଡିକୁ ନଦୀକୁ ବାରଣ କରିବା ସହ ସତର୍କ ସୂଚନା ମଧ୍ୟ ଦିଆଯାଇଥିବା ଜଳ ଭଣ୍ଡାର କର୍ତ୍ତୃପକ୍ଷ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.