କୋରାପୁଟ ୦୮-୦୬ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ସଦର ଥାନା ଦେବୀଘାଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ଗଚ୍ଛିତ ଧାନ ନ ଦେବାରୁ ବଡ ଭାଇ ସାନ ଭାଇକୁ ଅତି ନିର୍ମମ ଭାବେ ବର୍ଚ୍ଛାରେ ଭୁଷି ହତ୍ୟା କରିଛି। ସୂଚନା ଅନୁଯାୟୀ ଦେବୀଘାଟ ଆଦିବାସୀ ସାହିର ଲଳିତ ମୁଦୁଲି ସାନ ଭାଇ ଉର୍ଦ୍ଧବ ମୁଦୁଲି ମଧ୍ୟରେ ଶୁକ୍ରବାର ରାତିରେ ଧାନ ଭାଗବଂଟାକୁ ନେଇ ଗାଁ ମଣ୍ଡପରେ ଗଣ୍ଡଗୋଳ ହୋଇଥିଲା। ବଡ ଭାଇ ଲଳିତ ମୁଦୁଲି ଉତ୍ୟକ୍ତ ହୋଇ ଏକ ବର୍ଚ୍ଛାରେ ସାନଭାଇ ଉର୍ଦ୍ଧବକୁ ଭୂଷି ଦେଇ ଥିଲା। ଫଳରେ ଘଟଣା ସ୍ଥଳରେ ଉର୍ଦ୍ଧବ (୩୫) ମୃତ୍ୟୁ ବରଣ କରିଥିଲା। ଗ୍ରାମବାସୀ ଓ ଉର୍ଦ୍ଧବର ସ୍ତ୍ରୀ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ଲଲିତକୁ ଗିରଫ କରିଛି। କେସ ନମ୍ବର ୫୨/୧୯ରେ ସଦର ଥାନା ଭାରପ୍ରାପ୍ତ ଅଧିକାରୀ ସମର୍ପିତା ସ୍ୱାଇଁ ଘଟଣାର ତଦନ୍ତ କରୁଛନ୍ତି।







