Home ଜିଲ୍ଲା ପରିକ୍ରମା ବଜ୍ରାଘାତରେ ୧୨ ବର୍ଷର ବାଳିକା ମୃତ

ବଜ୍ରାଘାତରେ ୧୨ ବର୍ଷର ବାଳିକା ମୃତ

27

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ଈଶ୍ୱରପୁର ଗ୍ରାମରେ ଶୁକ୍ରବାର ବଜ୍ରପାତ ଘଟି ଜଣେ ୧୨ବର୍ଷର ବାଳିକାର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତା ବାଳିକା ହେଉଛନ୍ତି ଈଶ୍ୱରପୁର ଗ୍ରାମର ଶରତ ମଳିକଙ୍କ କନ୍ୟା ଲିପ୍‌ସାରାଣୀ ମଳିକ (୧୨) ବୋଲି ଜଣାପଡ଼ିଛି । ପ୍ରକାଶ ଯେ, ଲିପ୍‌ସାରାଣୀ ଶୁକ୍ରବାର ସନ୍ଧ୍ୟାରେ ଶୌଚ ହେବାକୁ ପଦାକୁ ଯାଇଥିଲେ । ଏହି ସମୟରେ ବଜ୍ରପାତ ହୋଇଥିଲା । ଫଳରେ ସେ ସେହିଠାରେ ଗୁରୁତର ଆହତ ହୋଇ ତଳେ ପଡ଼ି ଯାଇଥିଲେ । ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ତିହିଡ଼ି ମେଡ଼ିକାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ୧୪/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାଯାଇଛି । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.