Home ଓଡ଼ିଶା ବଜ୍ରାଘାତରେ ତିନି ଜଣ ମହିଳାଙ୍କ ମୃତ୍ୟୁ

ବଜ୍ରାଘାତରେ ତିନି ଜଣ ମହିଳାଙ୍କ ମୃତ୍ୟୁ

130
Lightning

ବଲାଙ୍ଗୀର, ୨୯-୦୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଳା ସଦର ବ୍ଲକ ଅନ୍ତର୍ଗତ ବଡ଼ତେଲେନପାଲି ଗାଁରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଛି। ବିଲରେ ଧାନରୁଆ ଚାଲିଥିବା ବେଳେ ବର୍ଷା ସାଙ୍ଗକୁ ବଜ୍ରପାତ ଯୋଗୁଁ ୩ ଜଣ ମହିଳା ଚାଷୀଙ୍କର ପ୍ରାଣହାନୀ ଘଟିଛି। ମୃତକମାନେ ହେଲେ ବିଳାସିନୀ ରାଉତ, ଯଶୋବନ୍ତୀ ଶବର ଓ ପ୍ରେମଦିନୀ ଧରୁଆ। ସମସ୍ତଙ୍କର ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ।

ବଲାଙ୍ଗୀର ଜିଲ୍ଳା ସଦର ଥାନା ଅନ୍ତର୍ଗତ ବଡତେଲେନ୍‌ପାଲି ଗାଁରେ ମଙ୍ଗଳବାର ବଜ୍ରାଘାତରେ ୩ ମହିଳାଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଯୁବତୀ ଗୁରୁତର ଆହତ ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ବଡତେଲେନପାଲି ଗାଁର ଜଣେ ଚାଷୀଙ୍କ କ୍ଷେତରେ ମଙ୍ଗଳବାର ଧାନରୁଆ କାର୍ଯ୍ୟ ଚାଲିଥିଲା। ପ୍ରାୟ ୧୮ ଜଣ ମହିଳା ଓ ପୁରୁଷ ଏହି ଧାନରୁଆ କାର୍ଯ୍ୟରେ ଲାଗିଥିଲେ। ଦିନ ପ୍ରାୟ ୨ଟା ସମୟରେ ହଠାତ୍‌ବଜ୍ରାଘାତ ହେବାରୁ ଜଣେ ମହିଳା କ୍ଷେତରେ ଟଳିପଡିଥିଲେ। ତାଙ୍କ ନାମ ବିଳାସିନୀ ରାଉତ୍‌ବୟସ୨୯। ଅନ୍ୟ ୩ ଗୁରୁତର ମହିଳାଙ୍କୁ ସେଠାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ଦୁଇଜଣ ମହିଳାଙ୍କୁ ମୃତ ଘୋଷଣା କରିଥିଲେ। ସେହି ଦୁଇଜଣ ହେଲେ ଯଶୋବନ୍ତୀ ଶବର (୨୮) ଓ ପୂର୍ଣ୍ଣମୀ ଧରୁଆ (୨୮)। ଅନ୍ୟ ଜଣେ ଗୁରୁତର ଯୁବତୀ ସୀମା ଧରୁଆ (୧୬)ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.