Home ଓଡ଼ିଶା ବକ୍ସର ବିଜେନ୍ଦରଙ୍କ ଓଡିଶା କଂଗ୍ରେସର ସାମାଜିକ ଗଣମାଧ୍ୟମକୁ ଆହ୍ଵାନ

ବକ୍ସର ବିଜେନ୍ଦରଙ୍କ ଓଡିଶା କଂଗ୍ରେସର ସାମାଜିକ ଗଣମାଧ୍ୟମକୁ ଆହ୍ଵାନ

95

ଭୁବନେଶ୍ୱର -୨୯/୭ (ଓଡ଼ିଆ ପୁଅ) ଅଲମ୍ପିକ ପଦକ ବିଜେତା ବିଜେନ୍ଦର ସିଂ ଓଡିଶାର ସାମାଜିକ ଗଣମାଧ୍ୟମକୁ ପରାମର୍ଶ ଦେଇ ଅଧିକ ରୁ ଅଧିକ ସତ୍ୟ ଏବଂ ନ୍ୟାୟ ଆଧାରିତ ଖବର ଗୁଡିକୁ ଜନମାନସରେ ପ୍ରସାର କରିବା ପାଇଁ ଉତ୍ସାହିତ କରିଛନ୍ତି।

-ଆଜି ପ୍ରଦେଶ କଂଗ୍ରେସ ସୋସିଆଲ ମିଡିଆର ଅଧକ୍ଷ ଶ୍ରୀ ଅଭିଷେକ ମହାନନ୍ଦ ଏବଂ ତାଙ୍କର ୧୦୦ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ମାନଙ୍କ ସହ ବକ୍ସର ଶ୍ରୀ ସିଂହ ଅନଲାଇନ ଜରିଆରେ ସିଧାସଳଖ ଆଲୋଚନା କରିଥିଲେ।କଂଗ୍ରେସ ସାମାଜିକ ଗଣମାଧ୍ୟମ ବିଭାଗକୁ ପରାମର୍ଶ ଦେଇ ଶ୍ରୀ ସିଂ କହିଲେ ଯେ ବିଶ୍ୱାସ ଓ କଠିନ ପରିଶ୍ରମ ଦ୍ୱାରା ସବୁ ସମ୍ଭବ ଏବଂ ଜନତାଙ୍କ ମନ ବି ଜିଣିହୁଏ।ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଙ୍କ ଉତ୍ତର ରଖି ଶ୍ରୀ ସିଂହ କହିଥିଲେ କଂଗ୍ରେସ ର ନୀତି, ଆଦର୍ଶ ଓ ଐତିହ୍ୟ ସହ ଜାତିର ଜନକ ମାହାତ୍ମା ଗାନ୍ଧିଙ୍କ ଉତ୍ସଗ୍ରୀକୃତ ଅବଦାନ ମୋ ଜୀବନକୁ ପ୍ରଭାବିତ କରିଥିବାରୁ ମୁଁ କଂଗ୍ରେସ ଦଳକୁ ପସନ୍ଦ କରେ।ଏଣୁ ଏହି ଦଳରେ ଅବଶିଷ୍ଟ ସମୟ ସେବାରେ ଲଗାଇ କଂଗ୍ରେସ କୁ ମଜବୁତ କରିବା ପାଇଁ ଚେଷ୍ଟା କରିବି ବୋଲି ଶ୍ରୀ ପଟ୍ଟନାୟକ ଙ୍କୁ ଉତ୍ତର ରଖିଥିଲେ।ଓଡ଼ିଶାର ଯୁବକ ମାନଙ୍କ ପାଇଁ ସନ୍ଦେଶ ଦେଇ ସେ କହିଲେ ରାଜ୍ୟର ଯୁବ ସମାଜ ଅଧିକାଂଶ ସାଧାରଣତଃ ମଧ୍ୟବିତ ପରିବାରର ଅଟନ୍ତି।ମଧ୍ୟବିତ୍ତ ପରିବାରରୁ ଶ୍ରୀ ସିଂହ ଆସି ଅନ୍ତର୍ଜାତୀୟ ଅଲମ୍ପିକ ଖେଳରେ ଖ୍ୟାତି ଅର୍ଜନ କରିବା ସମ୍ଭବ ହୋଇଥିବାରୁ ରାଜ୍ୟ ଯୁବକ ମାନଙ୍କ ପାଇଁ ଓଡିଶା ବିକାଶର ଗୁରୁ ଦାଇତ୍ୱ ନେବା ଆଦୌ କଷ୍ଟକର ବ୍ୟାପାର ନୁହେଁ। ଯୁବକ ମାନେ ଚାହିଁଲେ ଦେଶର ବିତଶାଳୀ ତଥା ବଳବାନ ଲୋକଙ୍କୁ ସହଜରେ ପରାସ୍ତ କରିପାରିବେ।କଂଗ୍ରେସ ର ଗୁଣମତ୍ତା ତଥା ଆଇନ ସିଦ୍ଧ କାର୍ଯ୍ୟ ସବୁବେଳେ ଦେଶ ବିକାଶରେ ସହାୟକ ହୋଇଛି।ସାଂପ୍ରତିକ ରାଜସ୍ଥାନ ରାଜନୀତିରେ ବିଜେପି ର କୁଶଛିତ କ୍ଷମତା ଲୋଭ ଆଜି ପଦାରେ ପଡିଛି।ଅନ୍ୟଦଳର ଅର୍ଥ, ବାହୁବଳ ଏବଂ ଅନ୍ନ୍ୟାୟୋଚିତ କାର୍ଯ୍ୟରେ ବ୍ୟତିବ୍ୟସ୍ତ ହେବା ଆବଶ୍ୟକ ନୁହେଁ।ସୂର୍ଯ୍ୟ ମଧ୍ୟ ଅସ୍ତ ହୁଅନ୍ତି, ଆଉ ରାତି ପାହି ସକାଳ ଭି ହୁଏ।କଂଗ୍ରେସ କର୍ମୀମାନେ ମଧ୍ୟ ସେହିପରି ସକାଳ ପାଇଁ ଧର୍ଯ୍ୟ ର ସହ ଅପେକ୍ଷା କରିବା ଦରକାର।

ପିସିସି ସଭାପତିଙ୍କ ବିଭିନ୍ ସାଂଗଠନିକ ପ୍ରଶ୍ନର ଉତ୍ତର ରଖିଥିବା ବେଳେ ଶ୍ରୀ ସିଂହ ନିକଟ ଭବିଷ୍ୟତରେ ଓଡିଶା ଆସିବା ପାଇଁ ସହମତି ପ୍ରକାଶ କରିଥିଲେ।ପିସିସି ସାମାଜିକ ଗଣମାଧ୍ୟମ ଅଧକ୍ଷ ଶ୍ରୀ ଅଭିଷେକ ମହାନନ୍ଦ ଙ୍କ ଦ୍ୱାରା ପ୍ରାୟୋଜିତ ଏହି ଅନଲାଇନ କାର୍ଯ୍ୟକ୍ରମରେ ପିସିସି ସଭାପତି ଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତ କଂଗ୍ରେସ ସାମାଜିକ ଗଣମାଧ୍ୟମ ସଂଯୋଜକ ବିପିନ ଯାଦବଙ୍କ ସହ ଯୁବ ବିଧାୟକ ରମେଶ ଜେନା, ଯୁବନେତା ନବଜ୍ୟୋତି ପଟ୍ଟନାୟକ, ପୀତବାସ ପଣ୍ଡା, ଜୋୟତା ରାୟ, ସମସିଦା ତାଏବ, ଚନ୍ଦନ ରାୟ, ରଞ୍ଜନ ପାଣି, ମୁକେଶ ଅଗ୍ରୱାଲ, ଗୌରବ ତଣ୍ଡି, ପ୍ରମୁଖ ଯୋଗଦେଇ ଶ୍ରୀ ସିଂହ ସହ ବାର୍ତ୍ତାଳାପ କରିଥିବା ବେଳେ ଓଡିଶା ସାମାଜିଜ ଗଣମାଧ୍ୟମର ସାଧାରଣ ସମ୍ପାଦକ ଚନ୍ଦନ ରାୟ ଓ ଏହି କାର୍ଯ୍ୟକ୍ରମକୁ ଚେତନ ମିଶ୍ର ପରିଚାଳନା କରିଥିଲେ।ଏହିପରି କାର୍ଯ୍ୟକ୍ରମ ଆଗକୁ ହେବ ବୋଲି ଅନ୍ୟତମ ସାଧାରଣ ସମ୍ପାଦକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.