Home ଜିଲ୍ଲା ପରିକ୍ରମା ବକ୍ରପାଦ ଶିଶୁଙ୍କ ପ୍ରି-ସ୍କ୍ରିନିଂ କ୍ୟାମ୍ପ

ବକ୍ରପାଦ ଶିଶୁଙ୍କ ପ୍ରି-ସ୍କ୍ରିନିଂ କ୍ୟାମ୍ପ

45

ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲା ପ୍ରଶାସନ (ସାମାଜିକ ସୁରକ୍ଷା ବିଭାଗ) ପକ୍ଷରୁ ବକ୍ରପାଦ ଶିଶୁଙ୍କ ପ୍ରି-ସର୍ଜରୀ ସ୍କ୍ରିନିଂ କ୍ୟାମ୍ପ ସ୍ଥାନୀୟ ଟାଉନ୍‌ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ରର ଅଧ୍ୟକ୍ଷ ଜିଲାପାଳ ବଳିରାମ ବୋନ୍ଦରଙ୍କ ନିର୍ଦ୍ଦେଶ କ୍ରମେ ଏହି କ୍ୟାମ୍ପଟିର ଆୟୋଜନ କରାଯାଇଥିଲା । ଏଥିରେ ଜିଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସ୍‌କେ) ଓ ସମଗ୍ର ଶିକ୍ଷା ଅଭିଯାନ ସହଯୋଗ କରିଥିଲେ । ଷ୍ଟେଟ୍ ନୋଡାଲ ଏଜେନ୍ସି ଫର କ୍ଲକ୍ ଫୁଟ୍ (ବକ୍ରପାଦ) ର ଡାକ୍ତର ଅକ୍ଷୟ କୁମାର ପଣ୍ଡା, ଭଦ୍ରକ ହସ୍‌ପିଟାଲର ଅସ୍ଥିଶଲ୍ୟ ବିଭାଗ ଡାକ୍ତର ଉମାକାନ୍ତ ଜେନା, ଆରବିଏସ୍‌କେର ମେନେଜର ସମିତା ମିଶ୍ର, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ, ଜିଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ରର ନୋଡାଲ ଅଫିସର ଭଗବାନ ପରିଡା, ସବ୍‌ଡିଭିଜ୍‌ନାଲ ସାମାଜିକ ସୁରକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ନାୟକ, ଡିଡିଆରସିର ସିନିୟର ଫିଜିଓଥେରାପିଷ୍ଟ ଡାକ୍ତର ଶଙ୍ଖଜ କୁମାର ବେହେରା, ଅନ୍ୟତମ ଡାକ୍ତର ମୋନାଲିସା ସୁନ୍ଦର ରାୟ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠିତ କ୍ୟାମ୍ପରେ ୦ ରୁ ୧୪ ବର୍ଷ ୪୭ ପିଲାଙ୍କୁ ସ୍କ୍ରିନିଂ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩୦ ଜଣକୁ ଫ୍ରି ସର୍ଜରୀ ପାଇଁ ଚୟନ କରାଯାଇଥିଲା । ଏହି ଅସ୍ତ୍ରୋପଚାର ଫଳରେ ଶିଶୁମାନେ ସଂପୂର୍ଣ୍ଣ ଭଲହୋଇ ସାଧାରଣ ଲୋକଙ୍କ ଭଳି ଚଲାବୁଲା କରିପାରିବେ । ଚୟନ ହୋଇଥିବା ପିଲାମାନାଙ୍କୁ ଆସନ୍ତା ଜୁନ୍ ମାସରେ ଅସ୍ତ୍ରୋପଚାର କରାଯିବାର ସ୍ଥିର ହୋଇଛି । ଏହି ପରିପ୍ରେକ୍ଷୀରେ ଜିଲାରେ ଏହିଭଳି ୦ ରୁ ୧୪ ବର୍ଷର ଥିବା ବକ୍ରପାଦ ପିଲାମାନେ ମାଗଣାରେ ଚିକିତ୍ସା ଯୋଗାଇ ଦେବା ପାଇଁ ଆବେଦନ କରିବା ପାଇଁ ଜିଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.