Home ଜିଲ୍ଲା ପରିକ୍ରମା ଫେଲୋସିପ୍ ପକ୍ଷରୁ ଖାଦ୍ୟ ଉତ୍ସବ ଅନୁଷ୍ଠିତ

ଫେଲୋସିପ୍ ପକ୍ଷରୁ ଖାଦ୍ୟ ଉତ୍ସବ ଅନୁଷ୍ଠିତ

65

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫେଲୋସିପ୍ ଦ୍ୱାରା ଚଣ୍ଡିଗାଁ ଗ୍ରାମ ପଞ୍ଚାୟତ ଏବଂ କୋଡବରୁଁଆ ଗ୍ରାମ ପଞ୍ଚାୟତରେ ଖାଦ୍ୟ ଉତ୍ସବ ଅନୁଷ୍ଠତି ହୋଇ ଯାଇଛି। ଏହି ଉତ୍ସବ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ପୂର୍ବରୁ ଖାଉଥିବା ଖାଦ୍ୟର ପୁନରୁଦ୍ଧାର କରିବା, ଚାଷ ନକରି ଆପେ ଆପେ ବାଡିରେ ହେଉଥିବା ଶାଗ, ଗଛ ଓ ପତ୍ରରୁ ଖାଦ୍ୟ ପ୍ରସ୍ତୁତ କରିବା ଏବଂ ବିଭିନ୍ନ ପ୍ରକାର ପରିବା ଚୋପାରୁ ଖାଦ୍ୟ ପ୍ରସ୍ତୁତ କରିବା। ଏହି ଖାଦ୍ୟ ଉତ୍ସବକୁ ଗ୍ରାମ ପଞ୍ଚାୟତର ବହୁ ମା’ ମାନେ ନିଜେ ପ୍ରସ୍ତୁତ କରିଥିବା ଖାଦ୍ୟ ପ୍ରଦର୍ଶନ କରିଥିଲେ। ଉକ୍ତ ଖାଦ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଫେଲୋସିପ୍‌ର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ଯୋଗ ଦେଇ ଘରୋଇ ଖାଦ୍ୟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଉକ୍ତ ଉତ୍ସବରେ ରିସୋର୍ସ ପର୍ସନ ଭାବେ ଅତୀତର ଓଡିଆ ଦୂରଦର୍ଶନ କେନ୍ଦ୍ରର ଜଣେ ସୁନାମଧନ୍ୟା ଆମ ରୋଷେଇ କାର୍ଯ୍ୟକ୍ରମର ପ୍ରଶିକ୍ଷିକା ଗାୟତ୍ରୀ ପଟ୍ଟନାୟକ ଉପସ୍ଥିତ ଥିବା ମା’ ମାନଙ୍କୁ ବିଭିନ୍ନ ପ୍ରକାର ପରିବା ଚୋପାରୁ ଖାଦ୍ୟ ପ୍ରସ୍ତୁତ କରିବା ଶିଖାଇ ଥିଲେ। ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ଚଣ୍ଡିଗାଁ ଅଂଚଳର ସତ୍ୟମଂଜରୀ ପାଢୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ଦେଇ ଫେଲୋସିପ୍‌ର ପ୍ରୋଜେକ୍ଟ କୋର୍ଡିନେଟର ସିରାଜ ଅଖତର୍ ଏହି ନୂତନ ପ୍ରୋଜେକ୍ଟ ବିଷୟରେ ଜଣାଇଥିଲେ ଯେ କେବଳ ଖାଦ୍ୟ ପ୍ରସ୍ତୁତ ନୁହଁ ଏହା ସହିତ ସ୍ୱଚ୍ଛତା, ସମ୍ମୋହିତ ଚାଷ, ବାଡିରେ ଜୈବିକ ଖତ ଏବଂ ବିଷର ବ୍ୟବହାର, ଅପପୁଷ୍ଟି ଦୂରୀକରଣର ବହୁ ଯୋଜନା କାର୍ଯ୍ୟକାରୀ ହେଉଅଛି। ଏହି ଖାଦ୍ୟ ଉତ୍ସବକୁ ପରିଚାଳନା କରିବାରେ ଚଣ୍ଡିଗାଁ ଅଞ୍ଚଳର ଲକ୍ଷ୍ମୀପ୍ରିୟା ନାୟକ ଏବଂ ଜୟଶ୍ରୀ ନାୟକ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.