Home ଜିଲ୍ଲା ପରିକ୍ରମା ଫୁଲରାଣୀ ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ଚାରା ବଣ୍ଟନ

ଫୁଲରାଣୀ ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ଚାରା ବଣ୍ଟନ

20

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କୁଶଗଡ଼ିଆ ସ୍ଥିତ ଫୁଲରାଣୀ ଫାଉଣ୍ଡେସନର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଚାନ୍ଦବାଲି ବ୍ଳକ ମାଧବପୁର ଗ୍ରାମରେ ୧୦୦ଟି ପରିବାରକୁ ୨୦୦ରୁ ଉର୍ଦ୍ଧ୍ୱ ଆମ୍ବ ଚାରା ବଣ୍ଟନ କରାଯାଇଛି । ଏହି ଅବସରରେ ଫାଉଣ୍ଡେସନର ଡାଇରେକ୍ଟର ପୀତାମ୍ବର ବିଶ୍ୱାଳ, ମାଧପୁର ପଞ୍ଚାୟତର ସରପଞ୍ଚ ବିନୋଦ ଦାସ, ଗଣନାଥ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚକ୍ରଧର ମହାକୁଡ଼ ପ୍ରମୁଖ ଉପସ୍ଥିତ ରହି ପରିବେଶର ସୁରକ୍ଷା ତଥା ଜଳବାୟୁର ପରିବର୍ତ୍ତନ ନିମନ୍ତେ ବୃକ୍ଷର ଆବଶ୍ୟକତା ସବୁଠାରୁ ଅଧିକ । ପୃଥିବୀକୁ ରକ୍ଷା କରିବାକୁ ହେଲେ ବୃକ୍ଷରୋପଣ କରି ଏହାର ସବୁଜିମାକୁ ବଜାୟ ରଖିବାକୁ ହେବ । ଯାହା ଆଗାମୀ ପିଢ଼ି ପାଇଁ ଉପାଦେୟ ହୋଇ ପାରିବ ବୋଲି ବୃକ୍ଷ ଚାରା ବଣ୍ଟନ କରି ଲୋକଙ୍କୁ ବୁଝାଇଥିଲେ । ପ୍ରକାଶ ଥାଉ କି ଫୁଲରାଣୀ ଫାଉଣ୍ଡେସନ ବିଗତ ଏକବର୍ଷ ଧରି ବାଳିକା ଶିକ୍ଷା ଦିଗରେ ବିଭିନ୍ନ ପଦକ୍ଷେପ ନେଇ ଗେଲଟୁଆ ଆଦିବାସୀ କଲୋନୀର ପିଲାମାନଙ୍କୁ ମାଗଣାରେ ନିୟମିତ ପାଠ ପଢ଼ାଇବା ସହିତ ସକାଳ ଜଳଖିଆ ଯୋଗାଇ ଆସୁଅଛି । ଏହା ବ୍ୟତୀତ ଶୀତ ଋତୁରେ ଗରିବ ଆଦିବାସୀ ମହିଳା ପୁରୁଷଙ୍କୁ ଶୀତବସ୍ତ୍ର, କମ୍ବଳ, ବେଡସିଟ୍ ଆଦି ପ୍ରଦାନ କରିଆସୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.