Home ଜିଲ୍ଲା ପରିକ୍ରମା ଫିନାଇଲ୍ ବୁଲା ବିକାଳୀ ମହେନ୍ଦ୍ରଙ୍କୁ ଲୁନା ଗାଡି ଦେଲେ ବ୍ଲକ୍ ଉପାଧ୍ୟକ୍ଷ

ଫିନାଇଲ୍ ବୁଲା ବିକାଳୀ ମହେନ୍ଦ୍ରଙ୍କୁ ଲୁନା ଗାଡି ଦେଲେ ବ୍ଲକ୍ ଉପାଧ୍ୟକ୍ଷ

26

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱଚ୍ଛତାର ବାର୍ତ୍ତା ଘରେ ଘରେ ପହଞ୍ଚାଇବା ସହିତ ଅଳ୍ପ ମୂଲ୍ୟରେ ଭଣ୍ଡାରିପୋଖରୀ ବ୍ଲକ୍‌ର ଘର ଘର ବୁଲି କମ୍ ଦାମ୍‌ରେ ଫିନାଇଲ୍ ଓ ଧୂପ ବିକ୍ରି କରୁଥିବା ବିକ୍ରେତା ମହେନ୍ଦ୍ର ସାମଲଙ୍କୁ ଆଜି ଲୁନା ଗାଡି ପ୍ରଦାନ କରିଛନ୍ତି ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ । ପ୍ରଥମେ ମହେନ୍ଦ୍ର ଚାଲି ଚାଲି ଗାଁରେ ବ୍ୟବସାୟ କରୁଥିଲେ । ବ୍ଲକ୍ ଅଧ୍ୟକ୍ଷ ଥିବାବେଳେ ଶ୍ରୀ ସାମଲ ତାଙ୍କୁ ଏକ ନୂଆ ସାଇକେଲ୍ ପ୍ରଦାନ କରିଥିଲେ । ଆଉ ଏବେ ତାଙ୍କ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରି ତାଙ୍କୁ ଏକ ଲୁନା ଗାଡି ଉପହାର ସ୍ୱରୂପ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଦକ୍ଷିଣବାଡ ଯୁବନେତା ସନ୍ତୋଷ ନାୟକ, ଜିଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ସାଂସଦ ପ୍ରତିନିଧି ଲଳିତ ରାଉତ, ରାଜେଶ ବାରିକଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.