ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ଥାନା କୁବେରା ପଂଚାୟତର କାଳିପଡିଆ ଅଂଚଳରେ ପନିପରିବା ଚାଷକୁ ବାରମ୍ବାର ମାଙ୍କଡ ଓ କୁକୁରମାନେ ନଷ୍ଟ କରୁଥିଲେ । ଫସଲ ରକ୍ଷା ପାଇଁ ସେହି ଗାଁର ଜୈନିକ ବ୍ୟକ୍ତି ନିଜ ଚଷାଜମିର ତାର ବାଡରେ ବିଦ୍ୟୁତ୍ ସଂଯୋଗ କରିଥିଲେ । କିଛି ମାଙ୍କଡ ଫସଲ ଖାଇବାକୁ ଆସିଥିଲେ । ପରେ ବିଦ୍ୟୁତ୍ ତାର ବାଡରେ ଦିଆଯାଇଥିବା ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୪ଟି ମାଙ୍କଡ ଛଟପଡ ହୋଇ ମରିଯାଇଥିଲେ । ସେଠାରେ ବୁଲୁଥିବା ୪ଟି କୁକୁର ମଧ୍ୟ ଏହି ତାର ସଂସ୍ପର୍ଶରେ ଆସି ସେଠାରେ ମରିଯାଇଥିଲେ । ଏହି ଘଟଣାକୁ ସ୍ଥାନୀୟ ଅଂଚଳର କେତେକ ବ୍ୟକ୍ତି ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ । ପରେ ସଂପୃକ୍ତ ବ୍ୟକ୍ତି ସଂପୂର୍ଣ୍ଣ ଅଂଚଳରୁ ମାଙ୍କଡ ଓ କୁକୁରଙ୍କ ମୃତଦେହକୁ ସଫା କରିଦେଇଥିବା ସୂଚନା ମିଳିଛି ।