Home ଜିଲ୍ଲା ପରିକ୍ରମା ଫସଲ କ୍ଷୟକ୍ଷତି ଅନୁଧ୍ୟାନ ବାସ୍ତବ ଦାବି, ନବନିର୍ମାଣ କୃଷକ ସଂଗଠନର ମେଳି

ଫସଲ କ୍ଷୟକ୍ଷତି ଅନୁଧ୍ୟାନ ବାସ୍ତବ ଦାବି, ନବନିର୍ମାଣ କୃଷକ ସଂଗଠନର ମେଳି

38

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରୋଗପୋକ ଓ ବାତ୍ୟା ‘ଜୱାବ’ ଦ୍ୱାରା ହୋଇଥିବା ଫସଲ କ୍ଷତି ଅନୁଧ୍ୟାନ ଚାଷୀଙ୍କ ଉପସ୍ଥିତିରେ କରିବା ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଥକଉଏ କୃଷକ ମେଳି କରାଯାଇଛି। ଭଣ୍ଡାରିପୋଖରୀ ବ୍ଲକ ପାଟୁଳି ପଞ୍ଚାୟତର ଲକ୍ଷ୍ମୀ ମନ୍ଦିର ସମ୍ମୁଖରେ ସଙ୍ଗଠନର ଜିଲ୍ଲା ସଂଯୋଜକ ତ୍ରିଲୋଚନ ପଣ୍ଡା, ସହସଂଯୋଜକ ସତ୍ୟ ନାୟକ, ଭଣ୍ଡାରିପୋଖରୀ ବ୍ଲକ ସଂଯୋଜକ ବିବେକାନନ୍ଦ ଜେନା, ରବିନ୍ଦ୍ର ପଣ୍ଡା, ରବିନ୍ଦ୍ର ସାହୁ, ହୃଷିକେଶ ଯେନା, ଗୌରହରୀ ନାୟକ, ସନ୍ତୋଷ ଭାରତୀ, ଅଶୋକ ଶଙ୍ଖୁଆ, ନିରାକାର ରାଉତ, ମଦନ ଗିରି, ପ୍ରଦୀପ ସେନାପତି ପ୍ରମୁଖ ଶତାଧିକ ଚାଷୀମାନେ ଏକତ୍ରିତ ହୋଇ ଚାଷୀମାନେ ସମ୍ମୁଖିନ ହୋଇଥିବା ଅସାମାନ୍ୟ ବିପତ୍ତିକୁ ପ୍ରଶାସନ ହାଲୁକା ଭାବେ ନେଉଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ଗତ ୭ ତାରିଖରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ରାଜସ୍ୱ ଓ କୃଷି ବିଭାଗର ମିଳିତ ‘ଫସଲ କ୍ଷୟକ୍ଷତି ଅନୁଧ୍ୟାନ’ ସଠିକ ଭାବେ ହେଉନଥିବା ଓ ଏହି ଅନୁଧ୍ୟାନ ସମୟରେ ଚାଷୀମାନଙ୍କୁ ସାମିଲ କରାଯାଉ ନଥିବାରୁ ଅନୁଧ୍ୟାନ ବାସ୍ତବ ତଥ୍ୟ ଆଧାରିତ ନୁହେଁ ବୋଲି ମତ ଦେଇଥିଲେ। ଏକତରଫା ଭାବେ ପ୍ରସ୍ତୁତ କ୍ଷୟକ୍ଷତି ରିପୋର୍ଟକୁ ଚାଷୀକୂଳ ଗ୍ରହଣ କରିବେ ନାହିଁ। ବରଂ ଚାଷୀଙ୍କ ଉପସ୍ଥିତିରେ କ୍ଷୟକ୍ଷତି ଚାଷ ଜମିକୁ ଯାଇ କତ୍ତୃପକ୍ଷ ଅନୁଧ୍ୟାନ କରନ୍ତୁ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଅନ୍ୟଥା ଚାଷୀମାନେ ତହସିଲ ଘେରାଉ କରିବେ ବୋଲି ମଧ୍ୟ ଚେତାବନୀ ଦିଆଯାଇଥିଲା। ଚାଷୀମାନଙ୍କ ପ୍ରତିନିଧି ଦଳ ତହସିଲକୁ ଯାଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ତହସିଲଦାର ସତ୍ୟଭୂଷଣ ଧଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.