Odiapua.com

ଫଳରେ ଛେପ ଲଗାଉଥିବା ତିନି ଯୁବକଙ୍କୁ ଲୋକେ ପିଟିଲେ, ପୋଲିସରେ ଜିମା ଦେଲେ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଗୁରୁନାନକ ନଗରର ଅଞ୍ଚଳରେ ଫଳରେ ଛେପ ଲଗାଉଥିବା ତିନିଜଣ ଯୁବକଙ୍କୁ ସ୍ଥାନୀୟ ଲୋକେ ପ୍ରବଳ ପିଟିବା ସହ ସ୍ଥାନୀୟ ପୋଲିସର ଜିମା ଦେଇଛନ୍ତି। ନୂଆଦିଲ୍ଲୀ ଟିପିନଗର ପୋଲିସ ଷ୍ଟେସନ ଅଞ୍ଚଳର ଗୁରୁନାନକ ନଗରରେ ତିନିଜଣ ଯୁବକ ଏକ ଠେଲା ଗାଡ଼ିରେ ଫଳ ବିକ୍ରି କରୁଥିଲେ। ତେବେ, ସେମାନେ ଫଳ ଉପରେ ଛେପ ପକାଉଥିବା ଅଭିଯୋଗ ହୋଇଛି। ଯେତେବେଳେ କଲୋନୀର ଲୋକମାନେ ସେମାନଙ୍କର କାର୍ଯ୍ୟ ଦେଖିଲେ, ସେମାନେ ତିନିଜଣଙ୍କୁ ଧରି ନିସ୍ତୁକ ପିଟିବା ସହ ପୋଲିସକୁ ଜିମା ଦେଇଥିଲେ। ଅଭିଯୁକ୍ତ ଯୁବକମାନେ ରେଳରୋଡ଼ ପୋଲିସ ଷ୍ଟେସନ ଅଞ୍ଚଳ କେସରଗଞ୍ଜର ବାସିନ୍ଦା ସାଦିକ, ଇମ୍ରାନ ଏବଂ ଗୋରା ବୋଲି ଜଣାପଡ଼ିଛି। ସେହିପରି ଅନ୍ୟ ଏକ ଘଟଣାରେ ଦୁଇଜଣ ଯୁବକ ନବୀନମଣ୍ଡିରେ ଜବରଦସ୍ତ ପ୍ରବେଶ ଉଦ୍ୟମ କରିଥିଲେ। କିନ୍ତୁ ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବାରେ ଯୁବକ ଦୁଇଜଣ ସୁରକ୍ଷାକର୍ମୀଙ୍କୁ ନିସ୍ତୁକ ପିଟିବା ସହ ତାଙ୍କ ଉପରେ ଛେପ ପକାଇଥିଲେ। ଏହି ପାଞ୍ଚ ଜଣ ଅଭିଯୁକ୍ତଙ୍କ ବିରୋଧରେ ସଂକ୍ରମଣ ବିସ୍ତାର କରିଥିବା ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି।

ଚାଇନା ଲଗାଇଦେଲା ଚୂନ: ପାକିସ୍ତାନକୁ ଦେଲା ଅଣ୍ଡରୱେରରେ ତିଆରି ମାସ୍କ

ନୋଟକୁ ଚାଟି, ନାକ ସଫା କରିଥିବା ବ୍ୟକ୍ତି ଗିରଫ


/- ଦେବଦତ୍ତ ରଥ