Home ଜିଲ୍ଲା ପରିକ୍ରମା ପ୍ରେମ, ମନ୍ଦିରରେ ବିବାହ, ପତ୍ନୀକୁ ଛାଡ଼ି ପତି ଫେରାର, ନ୍ୟାୟ ପାଇଁ ସ୍ୱେଚ୍ଛାସେବୀ ସଂଗଠନ ସହ...

ପ୍ରେମ, ମନ୍ଦିରରେ ବିବାହ, ପତ୍ନୀକୁ ଛାଡ଼ି ପତି ଫେରାର, ନ୍ୟାୟ ପାଇଁ ସ୍ୱେଚ୍ଛାସେବୀ ସଂଗଠନ ସହ ପୀଡ଼ିତା ଏସପିଙ୍କ ଦ୍ୱାରସ୍ଥ

135

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଥମେ ପ୍ରେମ, ପ୍ରେମରୁ ମନ୍ଦିରରେ ବିବାହ, ହନିମୁନ ପରେ ପତ୍ନୀଙ୍କୁ ଛାଡ଼ି ପତି ଫେରାର । ଏବେ ପୀଡ଼ିତା ଉପାୟ ନପାଇ ସ୍ୱେଚ୍ଛାସେବୀ ସଂଗଠନର ସହାୟତା ନେଇ ଏସ୍‌ପିଙ୍କ ପାଖରେ ନ୍ୟାୟ ପାଇଁ ଗୁହାରୀ କରିଛନ୍ତି । ଫେରାର ପତିଙ୍କୁ ଗିରଫ କରି ତାଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି । ଭଦ୍ରକ ଜିଲ୍ଲା ଧୁଷୁରୀ ବୟାଙ୍ଗଡିହ ପଞ୍ଚାୟତର ଭଉଁରିଆବାଙ୍କ ଗ୍ରାମର ଜଣେ ଯୁବତୀଙ୍କୁ ସେହି ଗ୍ରାମର ସୌମ୍ୟ ରଂଜନ ନାୟକ ପ୍ରେମ କରି ସ୍ଥାନୀୟ ଲକ୍ଷ୍ମୀ ମନ୍ଦିରରେ ବିବାହ କରିଥିଲେ । ଚୁଡାକୁଟି ଗ୍ରାମର ଜଣେ ବନ୍ଧୁଙ୍କ ଘରେ ଓ ପରେ ତାଙ୍କୁ ହାଇଦ୍ରାବାଦ ନେଇଯାଇ ସେଠାରେ ତାଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ । ପରିବାର ଲୋକେ ଯୁବତୀଙ୍କୁ ବୋହୁ ଭାବେ ସ୍ୱୀକାର କରିନେବାର ପ୍ରତିଶୃତି ଦେଇ ଉଭୟଙ୍କୁ ହାଇଦ୍ରାବାଦରୁ ଫେରାଇ ଆଣିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଯୁବତୀଙ୍କୁ ତାଙ୍କ ଶାଶୁଘରକୁ ପ୍ରବେଶ କରାଇ ଦେଇ ନଥିଲେ । ପରନ୍ତୁ ଯୁବତୀଙ୍କୁ ମୋଟର ସାଇକେଲରେ ଆଣି ରାତିରେ ତାଙ୍କ ବାପଘର ଆଗରେ ଛାଡି ସୌମ୍ୟରଂଜନ ପଳାଇଯାଇଛନ୍ତି । ଏ ସଂକ୍ରାନ୍ତରେ ଯୁବତୀ ଜଣଙ୍କ ନାରୀ ସୁରକ୍ଷା ସଂଗଠନ ‘ଆଶୀର୍ବାଦ’ର ସହଯୋଗ ନେଇ ତା’ର ସମ୍ପାଦିକ ମଞ୍ଜୁଲତା ସ୍ୱାଇଁଙ୍କ ସହ ଧୂଷୁରୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଚୂପ୍ ରହିବାରୁ ବାଧ୍ୟ ହୋଇ ସଂଗଠନ ସହ ଧାମନଗର ଏସଡ଼ିପିଓଙ୍କୁ ଜଣାଇଥିଲେ । ମାତ୍ର ସେ ମଧ୍ୟ କୌଣସି ପଦକ୍ଷେପ ନନେବାରୁ ଆଜି ପୀଡ଼ିତା , ଆଶୀର୍ବାଦ ସଂଗଂନର କର୍ମକର୍ତ୍ତା ଏସପିଙ୍କୁ ଭେଟିବାକୁ ଆସି ଅତିରିକ୍ତ ଏସପି ବିଜୟ ରଂଜନ କେରକେଟାଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ତେବେ ପୁଲିସ ତରନ୍ତ ପଦକ୍ଷେପ ନେବ ବୋଲି ପ୍ରତିଶୃତି ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.