Home ଜିଲ୍ଲା ପରିକ୍ରମା ପ୍ରେମ ବିବାହରେ ଧୋକା

ପ୍ରେମ ବିବାହରେ ଧୋକା

70

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ବାଙ୍ଗରପଦି ଗ୍ରାମର ଅନ୍ଧ ପିତା ପ୍ରଫୁଲ୍ଲ ଜେନାଙ୍କ ଝିଅ ପିଙ୍କି (୨୩) । ପରିବାରର ଆର୍ଥିକ ଅନାଟନକୁ ସାମନା କରିବାକୁ ଯାଇ ଯୋଗ ଦିଅନ୍ତି ଯାତ୍ରା ପାର୍ଟି ପାର୍ବତୀ ଗଣନାଟ୍ୟରେ । ସେଠାରେ ପରିଚିତ ହୁଏ ମହାକାଳପଡ଼ା ଖଡ଼ିଅଣ୍ଟା ଗ୍ରାମର ପବିତ୍ର ମଲିକଙ୍କ ସହିତ । ସେଠାରେ ପରସ୍ପରକୁ ଭଲ ପାଇ ବିବାହ କରିବସନ୍ତି ଦୁହେଁ । ଇତି ମଧ୍ୟରେ ୩ ବର୍ଷର ପୁତ୍ର ସନ୍ତାନର ଜନନୀ ହୁଅନ୍ତି ପିଙ୍କି । ତେବେ କରୋନା କାଳରେ ଜୀବିକା ହରାଇ ଦୁହେଁ ଫେରି ଆସନ୍ତି ମହାକାଳପଡ଼ାର ନିଜର ଶ୍ୱଶୁରଘରକୁ । ମାତ୍ର ସେଠାରେ ସ୍ୱାମୀଙ୍କ ଦ୍ୱାରା ଶାରୀରିକ ଓ ମାନସିକ ନିଯ୍ୟାତନାର ଶିକାର ହୁଅନ୍ତି ପିଙ୍କି । ଯୌତୁକଲୋଭୀ ପ୍ରଫୁଲ୍ଲ ଚାପ ପକାନ୍ତି ଶ୍ୱଶୁରଘରୁ ଟଙ୍କା ଆଣିବା ପାଇଁ । ଝିଅର ଦୁଃଖ ସହି ନପାରି ଅନ୍ଧ ବାପା ୫୦ ହଜାର ଟଙ୍କା ଧାର ଉଧାର ଦିଅନ୍ତି ନିଜ ଜ୍ୱାଇଁର ସମ୍ମାନ ରକ୍ଷା କରି । ପରେ ପିଙ୍କି ଓ ପ୍ରଫୁଲ୍ଲ ପୁଅକୁ ମହାକାଳପଡ଼ାରେ ଛାଡ଼ି ବିଦେଶରେ ଚାକିରି କରି ଟଙ୍କା ରୋଜଗାର କରିବାକୁ ଯାଉଥିବା ବେଳେ ବାଦାମବାଡ଼ି ବସଷ୍ଟାଣ୍ଡରେ ପ୍ରଫୁଲ୍ଲର ପ୍ରକୃତ ମୁଖା ଖୋଲିଯାଏ । ପିଙ୍କିକୁ ଆନ୍ଧ୍ରର ବିଜୟୱାଡ଼ାର ବେଶ୍ୟାପଡ଼ାରେ ବିକ୍ରି କରି ଟଙ୍କା ଆଣିବାର ଯୋଜନାକୁ ଜାଣିପାରିଥିଲେ ପିଙ୍କି । ବାଦାମବାଡ଼ିରେ ଉଭୟଙ୍କ ମଧ୍ୟରେ ହେଉଥିବା ଯୁକ୍ତିତର୍କ ହୋଇଥିଲା । ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବାରୁ ସ୍ୱାମୀ ପ୍ରଫୁଲ୍ଲ କୌଶଳରେ ସେଠାରୁ ଖସି ପଳାଇ ଆସିଥିଲା । ନିରୁପାୟ ହୋଇ ପିଙ୍କି ତାର ବାପଘର ବନ୍ତକୁ ପଳାଇ ଆସି ବାପଘର ସାହାଯ୍ୟରେ ମହାକଳପଡ଼ାରେ ପହଞ୍ଚି ଶ୍ୱଶୁରଘର ଗ୍ରାମବାସୀଙ୍କ ସହାୟତାରେ ନିଜ ପୁଅକୁ ଫେରାଇ ଆଣିବାକୁ ଚେଷ୍ଟା କରିଥିଲା । ମାତ୍ର ସଫଳ ନହେବାରୁ ସ୍ଥାନୀୟ ଥାନାରେ ନିଜର ପିଲାକୁ ଫେରି ପାଇବା ପାଇଁ ଦରଖାସ୍ତ କରିଥିଲେ । ପୁଲିସ ପାଖରେ ଗ୍ରାମବାସୀ ପହଞ୍ଚି ପିଙ୍କିର ପୁଅକୁ ଫେରାଇ ଦେବାର ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ନିର୍ଦ୍ଧାରିତ ସମୟରେ ପୁଅ ନ ଆସିବାରୁ ପିଙ୍କି ପୁଣି ମହାକାଳପଡ଼ା ଥାନାକୁ ଯାଇ ପୁଅ ବିଷୟରେ କହିବାରୁ ପୁଲସ ତାଙ୍କୁ ଚାଇଲଡ଼ ହେଲ୍ପ ଲାଇନର ଅଭିଯୋଗ କରିବାକୁ ଯାଅ କହି ଫେରାଇ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.