Home ଜିଲ୍ଲା ପରିକ୍ରମା ପ୍ରେମୀଯୁଗଳଙ୍କ ମୃତ୍ୟୁ ଘଟଣା : ୧୬ ମାସ ପରେ କ୍ରାଇମବ୍ରାଂଚ ତଦନ୍ତ ଦାବି

ପ୍ରେମୀଯୁଗଳଙ୍କ ମୃତ୍ୟୁ ଘଟଣା : ୧୬ ମାସ ପରେ କ୍ରାଇମବ୍ରାଂଚ ତଦନ୍ତ ଦାବି

129

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୨୦୧୯ ମେ ମାସ ୬ ତାରିଖରେ ଭଦ୍ରକ ସହରର ଏକ ଗେଷ୍ଟ ହାଉସରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରେ କ୍ରାଇମ ବ୍ରାଞ୍ଚ ତଦନ୍ତ କରିଛନ୍ତି ମୃତ ଅବଦୁଲ ରହିମ ମାଆ ସୋବେଦା ଖାତୁନ । ପୁରୁଣାବଜାର ମୁଲଣା ସାହିର ସୋବେଦା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁତ୍ର ଅବଦୁଲ ରହିମର ମୃତ୍ୟୁ ଏବେ ମଧ୍ୟ ରହସ୍ୟାବୃତ ହୋଇ ରହିଛି । ପୁଲିସ ଘଟଣାର ସଠିକ ତଦନ୍ତ କରି ନାହିଁ । ଉକ୍ତ ଗେଷ୍ଟ ହାଉସର ସିସି କ୍ୟାମେରା ଅଚଳ ରହିବା, ପୁଲିସ ପହଞ୍ଚିବା ପୂର୍ବରୁ ଉକ୍ତ କୋଠରୀର କବାଟ ଭଙ୍ଗା ଯିବା ଦିଗକୁ ପୁଲିସ ତଦନ୍ତ ସମୟରେ ଆଦୌ ଗୁରୁତ୍ୱ ଦେଇ ନାହିଁ । ତେଣୁ ତାଙ୍କ ପୁତ୍ର ଅବଦୁଲର ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ସେ ପୁଲିସ ବିଭାଗର ଉଚ୍ଚ ପଦାଧିକାରୀଙ୍କ ନିକଟରେ ଦାବି କରିଛନ୍ତି । ସୂଚନାଯୋଗ୍ୟ ଉକ୍ତ ଦିନ ଅବଦୁଲ ଓ ଅସ୍ଥଳ ଗ୍ରାମର ମନିଷା ନାମ୍ନୀ ଜଣେ ଯୁବତୀ ନିଜକୁ ସ୍ୱାମୀ ସ୍ତ୍ରୀର ପରିଚୟ ଦେଇ ସହରର ରାଜଘାଟ ଛକରେ ଥିବା ସାଳନ୍ଦୀ ଗେଷ୍ଟ ହାଉସର ୧୦୭ ନମ୍ବର କୋଠରୀରେ ରହିଥିଲେ ।କିଛି ସମୟ ପାଟିତୁଣ୍ଡ ଶୁଭିବା ପରେ ଉକ୍ତ ରୁମ ମଧ୍ୟରୁ କୌଣସି ଶଦ୍ଦ ନଆସିବାରୁ ହୋଟେଲ କର୍ତ୍ତୃପକ୍ଷ କବାଟ ଭାଙ୍ଗି ରକ୍ତାକ୍ତ ଅବସ୍ଥାରେ ଉଭୟଙ୍କ ମୃତଦେହ ପଡ଼ିଥିବା ଦେଖିବା ପରେ ପୁଲିସକୁ ଖବର କରିଥିଲେ । ଏହି ଘଟଣାରେ ପୁଲିସ ତଦନ୍ତ କରିଥଇଲା । ଯୁବକଜଣକ ଯୁବତୀକୁ ହତ୍ୟା କରିବା ପରେ ନିଜେ ଛୁରୀ ଭୂଷି ହୋଇ ଆତ୍ମହତ୍ୟା କରିଛି ବୋଲି ପୁଲିସ ପକ୍ଷରୁୁ କୁହାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.