Home Top News ପ୍ରିୟଙ୍କା ଗାନ୍ଧୀଙ୍କ ଅଟକ ରଖିଲା ପୋଲିସ୍ – ଝାଡ଼ୁ ମାଗିଲେ, ତାଙ୍କୁ ଅଟକ ରଖାଯାଇଥିବା ଅପରିଷ୍କାର...

ପ୍ରିୟଙ୍କା ଗାନ୍ଧୀଙ୍କ ଅଟକ ରଖିଲା ପୋଲିସ୍ – ଝାଡ଼ୁ ମାଗିଲେ, ତାଙ୍କୁ ଅଟକ ରଖାଯାଇଥିବା ଅପରିଷ୍କାର କୋଠରୀକୁ ନିଜେ ସଫା କଲେ, ଭିଡିଓ ଭାଇରାଲ

118

ନୂଆ ଦିଲ୍ଲୀ ୪ -୧୦ (ଓଡ଼ିଆ ପୁଅ) କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଲକ୍ଷ୍ମୀପୁର ଖେରୀ ଯିବା ପୂର୍ବରୁ ପୋଲିସ୍‌ ଅଟକାଇ ଦେଇଥିଲା। ଏବେ ତାଙ୍କୁ ଏଖ କୋଠରୀରେ ଗୃହବନ୍ଦୀ କରି ରଖାଯାଇଛି। ତେବେ ଏହି କୋଠରୀଟି ଅପରିଷ୍କାର ଥିବା ବେଳେ କୋଠରୀକୁ ନିଜେ ସଫା କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୂଚନାନୁସାରେ, ଭିଡିଓଟି ସେହି ପ୍ରକୋଷ୍ଠର ଯେଉଁଠାରେ ପ୍ରିୟଙ୍କାଙ୍କୁ ସୋମବାର ସକାଳେ ସୀତାପୁର PAC ମୁଖ୍ୟାଳୟରେ ରଖାଯାଇଛି।

କୋଠରୀଟି ଅପରିଷ୍କାର ଥିଲା, ପ୍ରିୟଙ୍କା ଗୋଟିଏ ଝାଡ଼ୁ ମାଗି ନିଜେ ସଫା କରିଥିଲେ।

କଂଗ୍ରେସ କର୍ମୀମାନେ ନିଜ ନେତାଙ୍କୁ ପରିଷ୍କାର କୋଠରୀ ନ ଦେଇଥିବାରୁ ପୋଲିସ କର୍ମଚାରୀଙ୍କ ଉପରେ ବର୍ଷିଥିଲେ।

ଜଣେ ସ୍ଥାନୀୟ କଂଗ୍ରେସ ନେତା କହିଛନ୍ତି, ଏହା ସେମାନଙ୍କର ସ୍ୱଚ୍ଛ ଭାରତ? ଆମର ନେତାମାନେ କୌଣସି ଅଭିଯୋଗ ନକରି ଝାଡ଼ୁ ମାଗି କୋଠରୀ ସଫା କରୁଛନ୍ତି।

https://twitter.com/AvinashKS14/status/1444957190825996288

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.