ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିବା ୧୧ ଘଟିକା ସମୟରେ ଭଦ୍ରକ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ, ହରିପୁର ରୋଡର ଏକ ବୈଠକ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଂଘର ପୂର୍ବତନ ସଭାପତି ନାରାୟଣ ଚନ୍ଦ୍ର ମଲ୍ଲିକ ସଭାପତିତ୍ୱ କରିଥିଲେ । ଉକ୍ତ ବୈଠକରେ ରାଜ୍ୟ ସଙ୍ଗଠନ ସମ୍ପାଦିକା ଚାରୁଲତା ମହାପାତ୍ର ଯୋଗ ଦେଇଥିଲେ । ତତ୍ସହିତ ଭଦ୍ରକ ବ୍ଲକର ସମସ୍ତ ସିଆରସିସି, ଏନପିଏସ ସଂଘର କର୍ମକର୍ତ୍ତା, ଗଣ ଶିକ୍ଷକସଂଘର କର୍ମକର୍ତ୍ତା, କନିଷ୍ଠ ଶିକ୍ଷକ ସଂଘର କର୍ମକର୍ତ୍ତା ଯୋଗ ଦେଇଥିଲେ । ଭଦ୍ରକ ବ୍ଲକର ୭୧ ଜଣ ଲେବୁଲ (୪) ପ୍ରଧାନଶିକ୍ଷକ, ୬୫ ଜଣ ବିଷୟ ଭିତ୍ତିକ ଶିକ୍ଷକ ବିଭିନ୍ନ ବିଦ୍ୟାଳୟରେ ଯୋଗ ଦେଇଥିବାରୁ ସଂଘ ତରଫରୁ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀଙ୍କୁ କୃତଜ୍ଞତା ଜଣାଇଛି । ଆଗାମୀ ସପ୍ତାହ ମଧ୍ୟରେ ଭଦ୍ରକ ବ୍ଲକର ୨୦୮ ଜଣ ଲେବୁଲ-ଭି (ଏ)ରୁ ଲେବୁଲ-ଭି (ବି) କୁ ପଦୋନ୍ନତି ପାଇବାକୁ ଯାଉଛନ୍ତି ବୋଲି ସଂଘର ମୁଖପାତ୍ର ପ୍ରକାଶ କରିଛନ୍ତି । ଭଦ୍ରକ ବ୍ଲକର ସମସ୍ତ ସଂଘର କର୍ମକର୍ତ୍ତା ଗୋଟିଏ ମଞ୍ଚରେ ଯୋଗ ଦେଇ କାମ କରିବା ପାଇଁ ଉକ୍ତ ବୈଠକରେ ସହମତି ପ୍ରକାଶ ପାଇଥିଲା ।
ଆଗାମୀ ୨୦ ତାରିଖ ସୁଦ୍ଧା ଭଦ୍ରକ ବ୍ଲକରେ ଏକ ଶିକ୍ଷକ ସମ୍ମିଳନୀ ହେବ ବୋଲି ସଙ୍ଗଠନ ସମ୍ପାଦିକା ଶ୍ରୀମତୀ ଚାରୁଲତା ମହାପାତ୍ର ପ୍ରକାଶ କରିଛନ୍ତି । ଏହି ସମ୍ମିଳନୀରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଯୋଗ ଦେବା ପାଇଁ ସଂଘ ତରଫରୁ ଅନୁରୋଧ କରାଯାଇଛି । ଏହି ସମ୍ମିଳନୀରେ ଏନପିଏସ ବଦଳରେ ପେନସନ ଲାଗୁ, ବିଷୟ ଭିତ୍ତିକ ବିଜ୍ଞାନ ଶିକ୍ଷକ ନମିଳିବାରୁ ତା ବଦଳରେ କଳା ଶିକ୍ଷକ ଅନୁପାତ ବୃଦ୍ଧି, ବକେୟା ପାଉଣା, ବିଦ୍ୟାଳୟ ଖୋଲିବା ସମ୍ପର୍କରେ ସଂଘ ଦାବୀ କରୁଅଛି । ସଂଘ ଆଗାମୀ ଦିନରେ ରାଜଧାନୀରେ ବିରାଟ ସମାବେଶ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । ଏହି ବୈଠକରେ ଚାରୁଲତା ମହାପାତ୍ର, ନାରାୟଣ ମଲ୍ଲିକ, ଭାସ୍କର ନାୟକ, ବାବୁଲା ରାଉତ, ରାଜେଶ ଦାସ, ସମୀର ଯେନା, ବାଇଧର ପଲାଇ, ଅରୁଣ ମଲ୍ଲିକ, ବିରେନ୍ଦ୍ର ମାଝୀ, ବ୍ୟୋମକେଶ ପରିଡା, ମୁସ୍ତାକ ଅହମ୍ମଦ, ଶେଖ ଇରସାଦ, ପଦ୍ମଲୋଚନ ପଣ୍ଡା, ପ୍ରକାଶ ନାୟକ, ପ୍ରଣିତା ପଲାର, ବିମ୍ବାଧର ସେନାପତି, ଗଣେଶ ପଣ୍ଡା, ରଂଜନ ଲେଙ୍କା, ଶେଖ ଖଲିକ, ନବକିଶୋର ପଣ୍ଡା, ରମାକାନ୍ତ କର, ମନୋରଂଜନ ଦିକ୍ଷିତ, କମଳାକାନ୍ତ ସାହୁ, ସେଖ ଜହିରୁଦ୍ଦିନ, ପୁଷ୍ପଲତା ମହାନ୍ତି, ଶ୍ରୀମା ଭଟ୍ଟାଚାର୍ଯ୍ୟ, ସୂର୍ଯ୍ୟପ୍ରଭା ଦାସ, ମୃତ୍ୟୁଞ୍ଜୟ ମହାନ୍ତି, ଲକ୍ଷ୍ମଣ ସୋରେନ, ରିଆଜ ଅହମ୍ମଦ, ଅମାନୁଲ୍ଲା ଖାଁ, ଜୁଲଫୁକର, ଶାନ୍ତନୁ ବେହେରା, ଦଳେଇ ହେମ୍ବ୍ରମ, ହରିବନ୍ଧୁ ପ୍ରଧାନ, ସୀତାରାମ ସିଂ ପ୍ରମୁଖ ଯୋଗ ଦେଇଥିଲେ ।