Home ଜିଲ୍ଲା ପରିକ୍ରମା ପ୍ରଶାସନର ପ୍ରସ୍ତାବ ରେଳ ବିଭାଗ ଦ୍ୱାରା ଅନୁମୋଦିତ, କାଳୀପୂଜା ଓ ଉର୍ସ ଉପଲକ୍ଷେ କେନ୍ଦୁଆପଦାରେ ଅସ୍ଥାୟୀ...

ପ୍ରଶାସନର ପ୍ରସ୍ତାବ ରେଳ ବିଭାଗ ଦ୍ୱାରା ଅନୁମୋଦିତ, କାଳୀପୂଜା ଓ ଉର୍ସ ଉପଲକ୍ଷେ କେନ୍ଦୁଆପଦାରେ ଅସ୍ଥାୟୀ ରେଳ ଷ୍ଟପେଜ୍

33

ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚରମ୍ପା ଠାରେ ପାଳିତ ହେବାକୁ ଥିବା ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା ଓ ଧାମନଗରର ଉର୍ସ ଉତ୍ସବ ପାଳନ ଉପଲକ୍ଷେ ଲକ୍ଷାଧିକ ଶ୍ରଦ୍ଧାଳୁ ଦର୍ଶକଙ୍କ ସମାଗମ ଓ ଗମନାଗମନକୁ ଆଖି ଆଗରେ ରଖି କେନ୍ଦୁଆପଦା ଠାରେ ଅସ୍ଥାୟୀ ରେଳ ଷ୍ଟେସନ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଦ୍ୱାରା ପ୍ରଦତ୍ତ ପ୍ରସ୍ତାବ ରେଳ ବିଭାଗ ଦ୍ୱାରା ଅନୁମୋଦିତ ହୋଇଥିବା ଜଣାପଡ଼ିଛି । ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ରୋଡ଼୍ ଡ଼ିଭିଜନର ଡ଼ିଭିଜନାଲ ରେଲୱେ ମ୍ୟାନେଜର (କମର୍ସିଆଲ୍‌)ଙ୍କ କାର୍ଯ୍ୟାଳୟରୁ ଜିଲ୍ଲାପାଳ ଭଦ୍ରକଙ୍କୁ ପ୍ରାପ୍ତ ହୋଇଥିବା ପତ୍ରାନୁଯାୟୀ ନଭେମ୍ବର ୧୭ ରୁ ୨୦ ପର୍ଯ୍ୟନ୍ତ ସୁପର ଫାଷ୍ଟ / ମେଲ ଏକସପ୍ରେସ ଟ୍ରେନ୍ ଓ ମେମୁ / ପାସେଞ୍ଜର ଟ୍ରେନ୍‌ର କେନ୍ଦୁଆପଦା ଠାରେ ଅସ୍ଥାୟୀ ରହଣି ସମୟ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ଉକ୍ତ ଅବଧି ମଧ୍ୟରେ କେନ୍ଦୁଆପଦା ରେଳଷ୍ଟେସନରେ ଷ୍ପପେଜ୍ କରିବାକୁ ଥିବା ରେଳ ମଧ୍ୟରେ ଟ୍ରେନ୍ ନଂ ୧୨୮୯୨/୧୨୮୯୧ ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ସୁପର ଫାଷ୍ଟ ଏକସ୍‌ପ୍ରେସ୍‌, ଟ୍ରେନ ନଂ ୧୨୭୦୪/୧୨୭୦୩ ସିକନ୍ଦରାବାଦ-ହାୱଡ଼ା-ସିକନ୍ଦରାବାଦ ଫଲକନାମା ଏକସ୍‌ପ୍ରେସ୍‌, ଟ୍ରେନ ନଂ- ୧୨୮୨୨/୧୨୮୨୧ ପୁରୀ-ଶାଲିମାର-ପୁରୀ ଧଉଳୀ ଏକସ୍‌ପ୍ରେସ୍‌, ଟ୍ରେନ ନଂ ୧୮୦୪୬/୧୮୦୪୫ ହାଇଦ୍ରାବାଦ- ଶାଲିମାର-ହାଇଦ୍ରାବାଦ ଇଷ୍ଟକୋଷ୍ଟ ଏକସ୍‌ପ୍ରେସ, ଟ୍ରେନ ନଂ ୧୮୦୨୨/୧୮୦୨୧ ଖୋର୍ଦ୍ଧାରୋଡ଼ ଖଡ଼ଗପୁର-ଖୋର୍ଦ୍ଧା ରୋଡ଼ ଏକସ୍‌ପ୍ରେସ, ଟ୍ରେନ ନଂ ୧୮୦୩୮/୧୮୦୩୭ ଯାଜପୁର କେଉଁଝର ରୋଡ଼ ଖଡ଼ଗପୁର- ଯାଜପୁର କେଉଁଝର ରୋଡ଼ ଏକସ୍‌ପ୍ରେସ ରହିଛି ।

ସେହିପରି ମେମୁ ପାସେଞ୍ଜର ସ୍ପେସିଆଲ ଟ୍ରେନ୍ ମଧ୍ୟରେ ଗାଡ଼ି ନଂ ୦୮୫୬୬/୦୮୫୫୫ ନୟାଗଡ଼ ଟାଉନ୍ – ଭଦ୍ରକ-ନୟାଗଡ଼ ଟାଉନ, ଗାଡ଼ି ନଂ ୦୮୪୧୨/୦୮୪୧୧ ଭୁବନେଶ୍ୱର- ବାଲେଶ୍ୱର, ଭୁବନେଶ୍ୱର, ଗାଡ଼ି ନଂ ୦୮୪୧୫ ପୁରୀ ଜଳେଶ୍ୱର-ପୁରୀ, ଗାଡ଼ି ନଂ ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ୍‌୍‌୍‌୍‌, ଗାଡ଼ି ନଂ ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ କେନ୍ଦୁଆପଦା ଠାରେ ରହିବ । ଅନ୍ୟସବୁ ଷ୍ଟେସନ୍‌ରେ ପୂର୍ବପରି ସମସ୍ତ ଟ୍ରେନ୍‌ର ରହିବ । କେନ୍ଦୁଆପଦା ଠାରେ ଏହି ଅସ୍ଥାୟୀ ଷ୍ଟପେଜ ଯୋଗୁଁ ଚରମ୍ପା କାଳୀପୂଜା ମେଳାରେ ପ୍ରବଳ ଜନ ଗହଳି ସାଙ୍ଗକୁ ଧାମନଗର ଠାରେ ଅନୁଷ୍ଠିତ ହେବାକୁ ଥିବା ଉର୍ସ ଉତ୍ସବ ପାଇଁ ଜିଲ୍ଲା ବାହାରୁ, ରାଜ୍ୟ ବାହାରୁ ବିଶେଷ କରି ପଶ୍ଚିମବଙ୍ଗ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିବାକୁ ଥିବାରୁ ଉକ୍ତ ଦୁଇ ଉତ୍ସବ ପାଳନ ଅବସରରେ ଟ୍ରାଫିକ ଓ ଭିଡ଼ ନିୟନ୍ତ୍ରଣରେ ଶୃଙ୍ଖଳା ରକ୍ଷା ସହିତ ଯାତ୍ରୀ ମାନଙ୍କ ଗମନାଗମନ ସୁଗମ ହୋଇପାରିବ । ଧାମନଗର ଉର୍ସ ଉତ୍ସବରେ ଯୋଗ ଦେବାକୁ ଭୁବନେଶ୍ୱର ଓ କଲିକତା ଉଭୟ ଦିଗରୁ ଆସିବାକୁ ଥିବା ଯାତ୍ରୀମାନେ କନ୍ଦେୁଆପଦା ଷ୍ଟେସନରେ ଓହ୍ଲାଇ ବାରିକ୍‌ପୁର ଦେଇ ଧାମନଗରରେ ଯିବା ସହଜ ଏବଂ ସୁବିଧା ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.