Home ଓଡ଼ିଶା ପ୍ରବାସୀ ଓଡିଆଙ୍କୁ ବିବ୍ରତ ନହେବାକୁ ନିବେଦନ

ପ୍ରବାସୀ ଓଡିଆଙ୍କୁ ବିବ୍ରତ ନହେବାକୁ ନିବେଦନ

310

ହାଟଡ଼ିହି-୫/୪, କରୋନା ମହାମାରୀରୁ ରକ୍ଷା ପାଇବାପାଇଁ ସରକାର ୨୧ଦିନ ପାଇଁ ଲକଡାଉନ ଘୋଷଣା ବରିବାପରେ ବିଭିନ୍ନ ରାଜ୍ୟରେ ରହି କାମ କରୁଥିବା ଓଡିଆ ମାନେ ନିଜ ନିଜ ଅଞ୍ଚଳକୁ ଫେରି ଆସିବାପାଇଁ ଓ ସେମାନେ କଷ୍ଟରେ ରହିଥିବାରୁ ସେମାନଙ୍କ ଦୁଃଖ ବୁଝିବାପାଇଁ ସାମୁହିକ ଭାବେ ସାମାଜିକ ଗଣମାଧ୍ୟମରେ ନିବେଦନ କରିଥିଲେ । କିନ୍ତୁ ଚେନାଇର କାଞ୍ଚିପୁରମ ଜିଲ୍ଲା ଗୋରଡପାକରେ ରହିଥିବା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଞ୍ଚୁଗୋଛିଆର କିଛି ଯୁବକ ପ୍ରବାସୀ ଓଡିଆଙ୍କ ପାଇଁ ଏକ ସୁନ୍ଦର ବାର୍ତ୍ତା ସାମାଜିକ ଗଣ ମାଧ୍ୟମରେ ପଠାଇଛନ୍ତି । ସେମାନଙ୍କ କହିବାକଥା କି ଦେଶର ଏପରି ବିପଦ ସମୟରେ ସମସ୍ତେ ସାହାସର ସହିତ ତାକୁ ମୁକାବିଲା କରିବା ଉଚିତ । ସେମାନେ ନାନା ସମସ୍ୟାରେ ଥିଲେବି ସେମାନେ ୨୨ଦିନ ପର‌୍ୟ୍ୟନ୍ତ ରାସନ ସାମଗ୍ରୀ କିଣିନେଇ ଘରେ ରହୁଛନ୍ତି । ବାହାରକୁ ବାହାରିବାର କୌଣସି କାରଣବି ନାହିଁ । ଯେଉଁମାନେ ରାଜ୍ୟ ବାହାରକୁ ରୋଜଗାର କରିବାପାଇଁ ବର୍ଷବର୍ଷ ଧରି ଯାଇ ରୋଜଗାର ଅର୍ଥ ଘରକୁ ପଠାଇ ପରିବାର ଚଳାଉଥିଲେ । ସେମାନେ ଏହି ଲକଡାଉନ ସମୟରେ ମାତ୍ର ୨୧ଦିନ ସେହିଠାରେହିଁ ଟିକେ କଷ୍ଟକରି ରହିଯାଆନ୍ତୁ । ଯଦି ସେମାନଙ୍କ ପାଖରେ ଅର୍ଥ ନାହିଁ ସେମାନେ ଘରକୁ ଜଣାଇଲେ ଘରଲୋକ ସେମାନଙ୍କ ପାଇଁ ନିଶ୍ଚିତ ସାହାଯ୍ୟ କରିବେ । କିନ୍ତୁ ଲକଡାଉନର ଅର୍ଥ ନୁହଁ ଯେ ସେମାନେ ଘରକୁ ଫେରି ଆସିବେ । ରାଜ୍ୟ ସରକାରବି ସେମାନଙ୍କ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି । ଯଦି ଅଧିକ କିଛି ଅସୁବିଧା ଅଛି ବିଭିନ୍ନ ସାହାଯ୍ୟକାରୀ ଅନୁଷ୍ଠାନକୁ ଜଣାନ୍ତୁ ସେମାନେ ସହଯୋଗର ହରତ ବଢ଼ାଇବେ । ଏପରି ଏକ ଘଡିସନ୍ଧି ମୁହୁର୍ତ୍ତରେ ନିଜକୁ ଅସହାୟ ମନେକରି ଯେପରି ଭିଡିଓ ସବୁ ସାମାଜିକ ଗଣମାଧ୍ୟମରେ ଛାଡୁଛନ୍ତି ତାହା ପରିବାର ସଦସ୍ୟଙ୍କ ସମେତ ଅନ୍ୟ ପ୍ରବାସୀ ଓଡିଆଙ୍କ ପରିବାରଙ୍କୁ ହତୋତ୍ସାହିତ କରିବ । ଏଣୁ ଏପରି ଭିଡିଓ ନପଠାଇ ସାହାସର ସହିତ ସରକାରଙ୍କ ଲକଡାଉନର ନିତୀ ନିୟମକୁ ମାନି ସେଠାରେ ବିବ୍ରତ ନହେବାକୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.