Home କେନ୍ଦୁଝର ପ୍ରବଣଙ୍କ ପାଇଁ ଆବାସ ଯୋଜନା ସାତସପନ, ଭଙ୍ଗା ଘରେ ୪ପରାଣି କୁଟୁମ୍ବଙ୍କୁ ଧରି ବିତୁଛି ଜୀବନ

ପ୍ରବଣଙ୍କ ପାଇଁ ଆବାସ ଯୋଜନା ସାତସପନ, ଭଙ୍ଗା ଘରେ ୪ପରାଣି କୁଟୁମ୍ବଙ୍କୁ ଧରି ବିତୁଛି ଜୀବନ

29

ହାଟଡ଼ିହି, ୨୭ /୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସୋସୋ ଗ୍ରାମର ପ୍ରବଣ ମହାନ୍ତିଙ୍କ ପାଇଁ ଆବାସ ଯୋଜନା ସାତସପନ ପାଲଟିଛି । ଏକ ଭଙ୍ଗା ଚାଳଘରେ ୪ପରାଣି କୁଟୁମ୍ବଙ୍କୁ ଧରି ଜୀବନ ଅତିବାହିତ କରୁଥିବାବେଳେ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବାପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ ପର୍ଯ୍ୟନ୍ତ ଯାଇ ଯାଇ ନୟାନ୍ତ ହୋଇଥିଲେବି ଘର ଖଣ୍ଡିଏ ମିଳିପାରିଲାନି । ତାଙ୍କ ଅଭିଯୋଗ ଅନୁଯାଇ ସେ ଗତ କିଛିବର୍ଷ ହେଲା ଏକ ଭଙ୍ଗ ଚାଳଘରେ ବସବାସ କରୁଛନ୍ତି । ଗତ ‘ୟାସ’ ଘରର ଚାଳଛପର ଉଡିଯିବାପରେ ପାଣିପଡି ଘରର ଅର୍ଦ୍ଧାଧିକ କାନ୍ଥ ଭାଙ୍ଗି ପଡିଥିଲା । ବାତ୍ୟା ପରେ ରାଜସ୍ୱ ନିରୀକ୍ଷକ ଆସି ଘରର ଫଟୋ ଉଠାଇ ନେଇ କ୍ଷୟକ୍ଷତି ସହାୟତା ମିଳିବ ବୋଲି ପ୍ରତିଶୃତି ଦେଇଥିଳେ । କିନ୍ତୁ ଆଜି ପର୍ଯ୍ୟନ୍ତ କିଛିବି ସହାୟତା ମିଳିଲାନି । ପରବର୍ତ୍ତୀ ବାତ୍ୟାରେ ମଧ୍ୟ ସମାନ ଅବସ୍ଥା ହେଲା । ଘରେ ଆଣ୍ଠୁଏ ପାଣିରେ ବୁଡିଗଲା । ପରଘରେ ଯାଇ ଆଶ୍ରୟ ନେଇ ରହିଲୁ । ଘରର ପରିସ୍ଥିତି ଏପରି ହୋଇଛି ଯେ ଅଧାଘରେ ପଲିଥିନି ଘୋଡାଇ ବାସ କରୁଛୁ । ସେହିଘେରେ ମୁଶା, ସାପ ଆଦି ବସବାସ ମଧ୍ୟ କରୁଛନ୍ତି । ଏପରି ସ୍ଥିତିରେ ୫ପରାଣି କୁଟୁମ୍ବଙ୍କୁ ଧରି ସେହି ଭଙ୍ଗା ଚାଳଛପର ଘର ଭିତରେ ଭୟଭୀତ ଅବସ୍ଥାରେ କାଳାତିପାତ କରୁଛୁ । ପଞ୍ଚାୟତରେ ଶହଶହ ଖଣିକ୍ଷତିଗ୍ରସ୍ଥ ବିଜୁପକ୍କାଘର ବଣ୍ଟାଗଲା କିନ୍ତୁ ଆମଭଳି ବହୁ ଗରିବ ହିତାଧିକାରୀ ବାଦ ପଡିଲେ, ଯେଉଁ ମାନଙ୍କର ୪/୫ବଖରା ପକ୍କାଘର ଥିଲା ସେହିମାନେ ଆବାସ ଯୋଜନାରେ ସାମିଲ ହୋଇ ଘର ନେଲେ, ଆମକୁ କିଏ ବା ପଚାରେ । ଏପରିକି ଏହି ଘର ଖଣ୍ଡିଏ ପାଇବା ପାଇଁ ଲାଞ୍ଚ ମଧ୍ୟ ଦେଲୁ କିନ୍ତୁ ଘର ମିଳିଲାନି । ଜିଲ୍ଲାପାଳ ଓ ହାଟଡିହି ବ୍ଲକର ବିଡିଓ କେବେ ଆମ ଭଳିଆ ଗରିବଙ୍କ କଥା ବୁଝୁଛନ୍ତି ତାହାକୁ ଆମେ ଅନାଇ ବସିଛୁ ବୋଲି କ୍ଷୋଭର ସହ ପବଣ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.