ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଗୋଷ୍ଠୀଶିକ୍ଷା ବିଭାଗ ଅନ୍ତର୍ଗତ ତେସିଙ୍ଗା ସାଧନକେନ୍ଦ୍ରର ଭାଗଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ଦେହୁରୀଙ୍କୁ ଶୁକ୍ରବାର କର୍ତ୍ତବ୍ୟରେ ଅବହେଳା ପାଇଁ ଗୋଷ୍ଠୀ ଶିକ୍ଷାଧିକାରୀ ନିଲମ୍ବନ କରିଛନ୍ତି । ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଉଥବବା ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା ୩୭ ଓ ଶିକ୍ଷକ ସଂଖ୍ୟା ୨ । ସେଥିମଧ୍ୟରୁ ସହକାରୀ ଶିକ୍ଷକ ଯଶୋବନ୍ତ ସେଠୀ ଶୁକ୍ରବାର ପୂର୍ବରୁ ଛୁଟି ଦରଖାସ୍ତ ଦେଇ ବିଦ୍ୟାଳୟରେ ଆଜି ଅନୁପସ୍ଥିତ ଥିବା ବେଳେ ପ୍ରଧାନଶିକ୍ଷକ ବିଦ୍ୟାଳୟକୁ ବିନାଛୁଟି ଦରଖାସ୍ତରେ ବିଦ୍ୟାଳୟକୁ ଆସିନଥିଲେ । ୧୦ଟା ବେଳେ ବିଦ୍ୟାଳୟ ଖୋଲାଯାଇ ପାରିନଥିଲା । ଏପରିକି ପ୍ରଧାନଶିକ୍ଷକ ବିଦ୍ୟାଳୟ ଓ ରୋଷଘର ଚାବି ହସ୍ତାନ୍ତର କରିନଥିଲେ । ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିଦ୍ୟାଳୟ ଫାଟକ ନିକଟରେ ରହି ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଫୋନ ଯୋଗେ ଜଣାଇଥିଲେ । ବିଇଓ ଅଧିର କୁମାର ତରାଇ ଓ ଏବିଇଓ ମଞ୍ଜୁଳା ନାୟକ ଘଟଣାସ୍ଥଳରେ ପହଞ୍ôଚ ଫାଟକ ତାଲା ଭାଙ୍ଗିବା ସହ ଉପସ୍ଥିତ ୨୧ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରାର୍ଥନା କରିଥିଲେ । ଛୁଟିରେ ଥିବା ସହକାରୀ ଶିକ୍ଷକ ଶ୍ରୀ ସେଠୀଙ୍କ ଛୁଟି ବାତିଲ କରାଯାଇ ବିଦ୍ୟାଳୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଶିକ୍ଷାସଂଯୋଜକ ବିପିନ ବିହାରୀ ଜେନା ଓ ସହକାରୀ ଶିକ୍ଷକ ଶିକ୍ଷାଦାନ କରିଥିଲେ । ମାତ୍ର ରୋଷଘର ଚାବି ନଥିବାରୁ ମଧ୍ୟାନ୍ନ ଭୋଜନ ପ୍ରସ୍ତୁତ କରାଯାଇ ପାରିନଥିଲା । ଭିନ୍ନ ସୂତ୍ରରୁ ଖାଦ୍ୟ ସଂଗ୍ରହ କରାଯାଇ ପିଲାମାନଙ୍କୁ ଦିଆଯାଇôତଲା ବୋଳି ବିଇଓ ଶ୍ରୀ ତରାଇ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଅଭିଭାବକଙ୍କ ଲିଖିତ ଅଭିଯୋଗ ଆଧାରରେ ପ୍ରଧାନଶିକ୍ଷକ ଶ୍ରୀ ଦେହୁରୀଙ୍କୁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଆଦେଶ ସଂଖ୍ୟା ୨୧୧୦ ଅନୁଯାୟୀ ଆଜି ନିଲମ୍ବନ କରାଯାଇଛି । ତାଙ୍କୁ ସାରୋ ଉପ୍ରା ବିଦ୍ୟାଳୟରେ ଉପସ୍ଥାନ ଦେବାକୁ ନିର୍ଦ୍ଦେଶ ହୋଇଛି । ଶ୍ରୀ ଦେହୁରୀଙ୍କ ସ୍ଥାନରେ ଅନ୍ୟଜଣେ ପ୍ରଧାନଶିକ୍ଷକଙ୍କୁ ନିଯୁକ୍ତ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ବିଇଓ ଶ୍ରୀ ତରାଇ ସୂଚନା ଦେଇଛନ୍ତି ।