Home ଜିଲ୍ଲା ପରିକ୍ରମା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନରେ ଅନିୟମିତତା, ପ୍ରତିବାଦରେ ତିହିଡି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଭାଜପାର...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନରେ ଅନିୟମିତତା, ପ୍ରତିବାଦରେ ତିହିଡି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଭାଜପାର ଗଣଧାରଣା, ବିଡିଓଙ୍କୁ ଦୁର୍ବ୍ୟବହାର, ବ୍ଲକ୍‌ରେ ଭଙ୍ଗାରୁଜା

45

ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ୍ ଭାଜପା ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନରେ ଅନିୟମିତତା ହୋଇଥିବା ପ୍ରତିବାଦରେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ଏହି ସମୟରେ ଭାଜପାର କେତେକ ମହିଳା ଓ ପୁରୁଷ ବିଡିଓଙ୍କ ବସନ୍ତ କୁମାର ସାହାଣୀଙ୍କୁ ଗାଳିଗୁଲଜ ଓ ଦୁର୍ବ୍ୟବହାର କରିବା ସହ ଅଧ୍ୟକ୍ଷା ଓ ତାଙ୍କ କାର୍ଯ୍ୟାଳୟରେ ଟେବୁଲ, କବାଟ, ଚେୟାର ଓ ନାମଫଳକ ଗୁଡିକ ଭଙ୍ଗାରୁଜା କରିଥିବାର ଜଣାଯାଇଛି । ଖବର ପାଇ ତିହିଡି ଥାନା ଅଧିକାରୀ ତପନ କୁମାର ପ୍ରଧାନ ଓ ଏଏସ୍‌ଆଇ କୈଳାସ ଖୁଣ୍ଟିଆ ସଦଳବଳେ ପହଞ୍ôଚ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜିଓଟ୍ୟାଗ୍ କରାଯାଇଥିବା ଓ ବାଦ୍ ପଡିଥିବା ପ୍ରକୃତ ହିତାଧିକାରୀଙ୍କ ନାମ ସଂଯୋଗ କରାଯିବା ସହ ତଦନ୍ତ ପାଇଁ ଏକ ୪ ଜଣିଆ ଟିମ୍ ଗଠନ କରାଯାଇଥିବାବେଳେ କେତେକ ପଂଚାୟତରେ ସରକାରୀ ନିୟମ ଉଲ୍ଲଙ୍ଘନ କରାଯାଇ ତଦନ୍ତ କରାଯାଉଥିବାର ଅଭିଯୋଗ ହୋଇଛି । ଏହି ତଦନ୍ତ ଦାୟିତ୍ୱରେ ପଂଚାୟତରେ ଥିବା ଜିଆରଏସ୍‌ମାନଙ୍କୁ ଅନ୍ୟ ପଂଚାୟତ ଦାୟିତ୍ୱ ଦିଆଯିବା ଓ କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ନିୟମିତ ପଂଚାୟତ ଆସିବାକୁ ନିର୍ଦ୍ଦେଶ ଦିଆଯିବା ଭଳି ଦାବି ଭାଜପା ପକ୍ଷରୁ କରାଯାଇଥିଲା । ଏ ସଂପର୍କରେ ବିଡିଓଙ୍କ ଜରିଆରେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି ।

ପୂର୍ବରୁ କୁବେରା ଓ ଅନ୍ୟ ପଂଚାୟତରେ ହିତାଧିକାରୀ ଚୟନରେ ତ୍ରୁଟି ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା । ଏହାର କୌଣସି ପଦକ୍ଷେପ ନନିଆଯିବାରୁ ଆଜି ଏହି ଗଣଧାରଣା ଅନୁଷ୍ଠିତ ହୋଇଥିବା ବିଷୟ ଭାଜପା ତାର ଦାବିପତ୍ରରେ ଦର୍ଶାଇଛି । ଏହି ଧାରଣାରେ ଭାଜପାର ରାଜ୍ୟ ଯୁବନେତା ସଂଯୋଜକ ସୂର୍ଯ୍ୟବଂଶୀ ସୂରଜଙ୍କ ନେତୃତ୍ୱରେ ଆୟୋଜିତ ଏହି ଧାରଣାରେ ବରିଷ୍ଠ ଭାଜପା ନେତା ରଘୁନାଥ ପାତ୍ର, ଜିଲା ଉପସଭାପତି ଦୁର୍ଗାଚରଣ ନାୟକ, ବୁଦ୍ଧଦେବ ଜେନା, ସାଇଚରଣ ବେହେରା, ଶ୍ରୀଧର ନାଥ, ଚକ୍ରଧର ନାୟକ, ଶ୍ରୀକାନ୍ତ ମହାଳିକ, ତପନ ପାଣି, ପ୍ରତାପ ଜେନା, ପ୍ରିୟବ୍ରତ ପାଢୀ, ତପନ ରାଉଳ, ପ୍ରମୋଦ ଦାସ, ଭରତ ସାହୁ, ଶଶାଙ୍କ ରାଉଳ, ରମାକାନ୍ତ ପରିଡା, ରଂଜିତା ନାୟକ, କନକଲତା ନାୟକ, ଦୀପା ଜେନା, ଇନ୍ଦୁମତି ମଳିକ, ବିଜୟଲକ୍ଷ୍ମୀ ସେଠୀ, ମାଣିକ ମଲ୍ଲିକ, ଶରତ ଦାସ, ଉଦୟକର ରାଉତ, ଦୁର୍ଯ୍ୟୋଧନ ସ୍ୱାଇଁ, ଅମର ନାୟକ ଓ ସଂଜୟ ବେହେରା ପ୍ରମୁଖ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ । ତେବେ ବ୍ଲକ୍ କାର୍ଯ୍ୟାଳୟ ଭଂଗାରୁଜା ଘଟଣାକୁ ନେଇ ବିଡିଓ ଥାନାରେ ଏତଲା ଦେବେବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.