Home ଜିଲ୍ଲା ପରିକ୍ରମା ପ୍ରଧାନମନ୍ତ୍ରୀ ଆବାସ; ଦୁର୍ନୀତି ଅଭିଯୋଗ ଆଣି ବ୍ଲକ ଘେରିଲା ବିଜେପି

ପ୍ରଧାନମନ୍ତ୍ରୀ ଆବାସ; ଦୁର୍ନୀତି ଅଭିଯୋଗ ଆଣି ବ୍ଲକ ଘେରିଲା ବିଜେପି

27

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତିରେ ପଛରେ ପଡିନାହିଁ । ଏହି ଯୋଜନା ହିତାଧିକାରୀ ଚୟନରେ ସ୍ୱଚ୍ଛତା ରଖାଯାଇ ନାହିଁ । ଅଧିକାରୀମାନେ ରାଜ୍ୟର କ୍ଷମତାସୀନ ଦଳର ଲୋକଙ୍କ କଥାରେ ତାଲିକା ପ୍ରସ୍ତୁତ ସହ ଅର୍ଥ ବିନିମୟରେ ଆବାସ ଦେଉଛନ୍ତି । ଦଳର ରାଜ୍ୟ ସଙ୍ଗଠନ ଡାକରାରେ ଏଭଳି ଅଭିଯୋଗ ଆଣି ଦଳର ଭଣ୍ଡାରିପୋଖରୀ ବ୍ଲକ ଶାଖା ଗୁରୁବାର ଦିନ ଦଳ ବ୍ଲକ ଘେରାଉ କରିବା ସହ ବିଡିଓ ବିଜୟ କୁମାର ସାହୁଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛି । ଦିନ ପ୍ରାୟ ଏଗାରଟା ବେଳେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ସ୍ଥାନୀୟ କାର୍ଯ୍ୟାଳୟରୁ କୋଭିଡ କଟକଣା ମଧ୍ୟରେ ଏକ ଶୋଭାଯାତ୍ରା ବାହାରି ବ୍ଲକ ସମ୍ମୁଖରେ ପହଞ୍ôଚଥିଲା । ଦଳୀୟ କର୍ମୀମାନେ ଯୋଜନାର ଦୁର୍ନୀତି ସମ୍ପର୍କିତ ବିଭିନ୍ନ ସ୍ଳୋଗାନ ଦେବା ସହ ପ୍ଲା କାର୍ଡ ପ୍ରଦର୍ଶନ କରିଥିଲେ । ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ । ଦଳର ବରିଷ୍ଠ ନେତା ନିର୍ମଳ କରଙ୍କ ସଂଚାଳନାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଦଳର ନେତା ବଦ୍ରୀନାରାୟଣ ଧଳ ସ୍ଥାନୀୟ ବ୍ଲକର ନପଙ୍ଗ, ମାଳଦା, ଷୋଳମପୁର ଆଦି ପଞ୍ଚାୟତରେ ହୋଇଥିବା ଆବାସ ଯୋଜନା ଦୁର୍ନୀତି ସମ୍ପର୍କରେ ଉଲ୍ଲେଖ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ୨୦୨୨ ମସିହା ସହ ସମସ୍ତଙ୍କୁ ଛାତଘର ଯୋଗାଣରେ ରାଜ୍ୟ ସରକାର ବିଫଳ ଓ ବାଧକ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ବ୍ୟାପକ ଦୁର୍ନୀତି କରୁଛନ୍ତି । ହଜାରେ କୋଟିରୁ ଅଧିକ ଦୁର୍ନୀତିରେ ରାଜ୍ୟ ସରକାର ଜଡିତ ଅଛନ୍ତି ବୋଲି ଭର୍ସନା କରିଥିଲେ । ଏଥିରେ ଦଳର ମଣ୍ଡଳ ସଭାପତି ଗିରିଶ ଚନ୍ଦ୍ର ସାମଲ, ମୁକୁନ୍ଦ ମଲ୍ଲିକ, ପ୍ରଫୁଲ୍ଲ ସାହୁ, ସରପଞ୍ଚ ଜଗବନ୍ଧୁ ଦାସ, କମଳକୁମାର ନନ୍ଦ, ମଣିକାଞ୍ଚନ ସେନାପତି, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ଜିଲ୍ଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ଜୟସ୍ମୀତା ଗୋଚ୍ଛାୟତ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରୁକମଣୀ ଦାସ, ବାବାଜି ଜେନା, ସୁରେଶ ସାମଲ, ବିବେକାନନ୍ଦ ସାହୁ, ସୁରେଶ ଦାସ, ପ୍ରଦ୍ୱ୍ୟମ୍ନ ସେନାପତି, ସୁଶାନ୍ତ ମହାପାତ୍ର, କରୁଣାକର ସାହୁ, ବିଶ୍ୱନାଥ ଜେନା, ଜୟକୃଷ୍ଣ ନାୟକ, ଯୁବମୋର୍ଚ୍ଚା ସଭାପତି ପ୍ରତାପ ଦ୍ୱିବେଦୀ, ନିରାକାର ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.