Home ଓଡ଼ିଶା ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ସ୍ୱଦେଶୀ ମାଟି ଦୀପ ବ୍ୟବହାର କରି ଦୀପାବଳୀ ପାଳନ କଲା ବିଜେପି, ଆତ୍ମନିର୍ଭର...

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ସ୍ୱଦେଶୀ ମାଟି ଦୀପ ବ୍ୟବହାର କରି ଦୀପାବଳୀ ପାଳନ କଲା ବିଜେପି, ଆତ୍ମନିର୍ଭର ଓଡିଶା ଏବଂ ଭୋକାଲ ଫର୍ ଲୋକାଲ ମାଧ୍ୟମରେ ସ୍ୱଦେଶୀ ସାମଗ୍ରୀର ବ୍ୟବହାର କରିବାକୁ ଆହ୍ୱାନ ଦେଲେ ରାଜ୍ୟସଭାପତି

102

ଭୁବନେଶ୍ୱର, ୧୩/୧୧ (ଓଡ଼ିଆ ପୁଅ) : କରୋନା ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତ ଉପରେ ଗୁରୁତ୍ୱ ଦେଇଥିଲେ। ଭୋକାଲ ଫର୍ ଲୋକାଲ ମାଧ୍ୟମରେ ସ୍ୱଦେଶୀ ସାମଗ୍ରୀର ପ୍ରଚାର ପ୍ରସାର କରିବା ଦିଗରେ କାର୍ଯ୍ୟ କରିବା ନେଇ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ। ଏହା ସହ ପ୍ରଧାନମନ୍ତ୍ରୀ ଚଳିତ ଦିପାବଳୀରେ ସ୍ୱଦେଶୀ ହାତ ତିଆରି ମାଟି ଦୀପ ବ୍ୟବହାର କରି ସ୍ଥାନୀୟ କାରିଗର ମାନଙ୍କ ଆର୍ଥୀକ ସ୍ଥିତି ସୁଦୃଢ କରିବା ଦିଗରେ କାର୍ଯ୍ୟ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକ୍ରମେ ଆଜି ବିଜେପି ପକ୍ଷରୁ ପୁରୀ ଜିଲ୍ଲା ପିପିଲିର ବେରବୋଇ ମଣ୍ଡଳରେ ସ୍ୱଦେଶୀ ଦୀପ ବ୍ୟବହାର କରି ଦୀପାବଳୀ ପାଳନ ଉତ୍ସବ କରାଯାଇଛି। ସ୍ଥାନୀୟ କୁମ୍ଭାର କାରିଗରଙ୍କ ଠାରୁ ମାଟି ଦୀପ ଆଣି ଦିପାବଳୀ ପାଳନ କରିବା ସହ ଓଡିଶାର ପ୍ରତ୍ୟେକ ଜନତା ମାଟି ଦୀପ ବ୍ୟବହାର କରି ଦୀପାବଳୀ ପାଳନ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନିବେଦନ କରିଛନ୍ତି।

ପୂର୍ବରୁ ଜାତୀୟ ପିତା ମହାତ୍ମାଗାନ୍ଧୀ ଏହି ବେରୋବୋଇ ଅଂଚଳରେ ୭ ଦିନ ରହି ସ୍ୱଦେଶୀ ଅଭିଯାନ ସଂପର୍କରେ ପ୍ରଚାର କରିଥିଲେ। ଆଉ ଏବେ ପ୍ରଧାନମନ୍ତ୍ରୀ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରି କାରିଗରମାନଙ୍କୁ ଉତ୍ସାହିତ କରିବା ଦିଗରେ ଲୋକଙ୍କୁ ଅବଗତ କରାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ଆହ୍ନାନକ୍ରମେ ରାଜ୍ୟରେ ଆତ୍ମନିର୍ଭର ଓଡିଶା ଏବଂ ଭୋକାଲ ଫର୍ ଲୋକାଲ ମାଧ୍ୟମରେ ସ୍ୱଦେଶୀ ସାମଗ୍ରୀର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି। ଏହି ଦୀପାବଳି ପାଳନ ଉତ୍ସବରେ ବିଶ୍ୱବିଖ୍ୟାତ ପିପିଲି ଚାନ୍ଦୁଆ ଟଣାଯାଇଥିଲା। ଚଳିତ ଦିପାବଳୀରେ ରାଜ୍ୟବାସୀ ମାଟି ଦୀପ ବ୍ୟବହାର କରିବା ସହ ନିଜ ଘରକୁ ଆକର୍ଷିତ କରିବା ଲାଗି ପିପିଲି ଚାନ୍ଦୁଆ ନେଇ ଘରେ ଟାଙ୍ଗି ସ୍ୱଦେଶୀ ସାମଗ୍ରୀର ପ୍ରଚାର ପ୍ରସାର କରିବାକୁ ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀ ସମ୍ବିତ ପାତ୍ର ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର ଏବଂ ପୁରୀ ଜିଲ୍ଲା ସଭାପତି ଶ୍ରୀ ଆଶ୍ରିତ ପଟ୍ଟନାୟକଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.