Home ଜିଲ୍ଲା ପରିକ୍ରମା ପ୍ରଦ୍ୟୁମ୍ନ ବଳ ଥିଲେ ନିର୍ଭୀକ ସାମ୍ବାଦିକ, ୮୮ତମ ଜୟନ୍ତୀ ଓ ସ୍ମୃତି ପରିଷଦର ୨୨ତମ ବାର୍ଷିକ...

ପ୍ରଦ୍ୟୁମ୍ନ ବଳ ଥିଲେ ନିର୍ଭୀକ ସାମ୍ବାଦିକ, ୮୮ତମ ଜୟନ୍ତୀ ଓ ସ୍ମୃତି ପରିଷଦର ୨୨ତମ ବାର୍ଷିକ ଉତ୍ସବ

23

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମାଜରେ ବସବାସ କରୁଥିବା ଗରିବ ଓ ନିଷ୍ପେତିତ ଲୋକଙ୍କ ମୌଳିକ ସମସ୍ୟାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରଦ୍ୟୁମ୍ନ ବଳ ସର୍ବଦା ନିଜର ଲେଖନୀ ଚାଳନା କରି ଆସୁଥିଲେ । ସେମାନଙ୍କ ଦୁଃଖରେ ନିଜକୁ ସାମିଲ କରି ସେମାନଙ୍କୁ କିପରି ନ୍ୟାୟ ମିଳିପାରିବ ସେ ଦିଗରେ ଗୁରୁତ୍ୱ ଦେଉଥିଲେ । ଜଣେ ସର୍ଚ୍ଚୋଟ ଓ ନିର୍ଭୀକ ସାମ୍ବାଦିକତା ଭାବେ ଓଡିଶାରେ ତାଙ୍କର ବେଶ ସୁନାମ ରହିଛି । ବିଶେଷକରି ସମାଜର କୁସଂସ୍କାର ପ୍ରସ୍ଥାକୁ ଘୋର ବିରୋଧ କରିବା ସହିତ ସମାଜରୁ ଏହି ପ୍ରସ୍ଥାକୁ ମୂଳୋତ୍ପାଟ ପାଇଁ ସ୍ୱର୍ଗତ ବଳ ଚେଷ୍ଟା କରୁଥିବା ଧାମନଗର ଠାରେ ଆୟୋଜିତ ପ୍ରଦ୍ୟୁମ୍ନ ବଳଙ୍କ ୮୮ତମ ଜୟନ୍ତୀ ଓ ସ୍ମୃତି ପରିଷଦର ୨୨ତମ ବାର୍ଷିକ ଉତ୍ସବରେ ଅତିଥିମାନେ ଯୋଗଦେଇ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି । ରବିବାର ସନ୍ଧ୍ୟାରେ ସ୍ଥାନୀୟ ଡଃ ଅବଦୁଲ କାଲାମ ପାଠାଗାର ପରିସରରେ ଆୟୋଜିତ ସଭାରେ ଶିକ୍ଷାବିତ ରସାନନ୍ଦ ମହାପାତ୍ରଙ୍କ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଥାନାଧିକାରୀ ରତିକାନ୍ତ ଗିରି, ମୁଖ୍ୟବକ୍ତା ଭାବେ ଯାଜପୁର ଜିଲା ପ୍ରଦ୍ୟୁମ୍ନ ବଳ ସ୍ମୃତି ପରିଷଦର ସଭାପତି ଶିଶିର କୁମାର ନାୟକ, ସମ୍ମାନିତ ଅତିଥି ପ୍ରଗତିବାଦୀର ଯାଜପୁର ଜିଲା ପ୍ରତିନିଧି କୌଳାସ ଚନ୍ଦ୍ର ନାୟକ, ଶିଶୁ ସାହିତ୍ୟିକ କାହ୍ନୁଚରଣ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ପ୍ରଦ୍ୟୁମ୍ନ ବଳଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ସଭ୍ୟ ସୁରଥ ସେଠୀ, ପୂର୍ବତନ ସମିତିସଭ୍ୟ ବିଦ୍ୟାଧର ରାଉତ, ବିଜେଡି ନଗର ସଭାପତି ସୁଶାନ୍ତ କୁମାର ରାଉତ, ଶିକ୍ଷାବିତ ନିରାକାର ଧଳ, ମନୋଜ କୁମାର ସିଂହ, ମନୋଜ କୁମାର ଜେନା, ଅଭିମନ୍ୟୁ ମଲ୍ଲିକ, ମହେଶ୍ୱର ସ୍ୱାଇଁ, ଆଇନଜିବୀ ଅମରେନ୍ଦ୍ର ମହାନ୍ତି ଓ ରଣଜିତ ମହାନ୍ତି, ମାନସ ରାଉତ, ସାମ୍ବାଦିକ ଅନିଲ କୁମାର ବାରିକ, ବାସୁଦେବ ତ୍ରିପାଠୀ, ସୁଧାକର ଦାଶ, ହବିବୁଲ ରହେମାନ ପ୍ରମୁଖ ଯୋଗଦେଇ ବଳଙ୍କ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ପ୍ରଗତିବାଦୀ ଧାମନଗର ପ୍ରତିନିଧି ତଥା ପ୍ରଦ୍ୟୁମ୍ନ ବଳ ସ୍ମୃତି କମିଟିର ସଂପାଦକ ପ୍ରଦୀପ କୁମାର ମହାପାତ୍ର ଉଦ୍ଦେଶ୍ୟ ଜ୍ଞାପନ ଓ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପକ ଚିତରଂଜନ ଦାଶ ଅତିଥି ପରିଚୟ ଓ ସାମ୍ବାଦିକ କୃଷ୍ଣଚନ୍ଦ୍ର ଜେନା ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଯୁବ ସମାଜସେବୀ ନିରୋଦ କୁମାର ରାଉତଙ୍କୁ ଜିଲାସ୍ତରୀୟ ପ୍ରଦ୍ୟୁମ୍ନ ବଳ ସ୍ମୃତି ସମ୍ମାନ, ସମାଜସେବୀ ଶଚୀକାନ୍ତ ପଣ୍ଡାଙ୍କୁ ସ୍ୱାଧୀନତା ସଂଗ୍ରାମୀ ସୂର୍ଯ୍ୟମଣି ତ୍ରିପାଠୀ ସ୍ମୃତି ସମ୍ମାନ, ସାମ୍ବାଦିକ ପ୍ରତାପ କୁମାର ଆନ୍ଦିଆଙ୍କୁ ସାମ୍ବାଦିକ ଦାମୋଦର ରାଉତ ସ୍ମୃତି ସମ୍ମାନ, ପକ୍ଷୀ ମଣିଷ ସୁଶାନ୍ତ କୁମାର ନାୟକଙ୍କୁ ସ୍ୱାଧୀନତା ସଂଗ୍ରାମୀ ସାଗର ଭୂୟାଁ ସ୍ମୃତି ସମ୍ମାନ, ସମାଜସେବୀ କୃଷ୍ଣଚନ୍ଦ୍ର ପତି, ହିମାନ୍ଦ୍ରିନନ୍ଦନ ଦାସ, ଆଦର୍ଶ ପ୍ରଧାନଶିକ୍ଷକ ହେମେନ୍ଦ୍ରନାଥ ମହାନ୍ତି, ପ୍ରଶାନ୍ତ କୁମାର ବେହେରା, ଥାନା ଏଏସଆଇ ମହେଶ୍ୱର ପ୍ରଧାନ, ଗଢିଆଳି ପଂଚାୟତ ସରପଂଚ ସୁକାନ୍ତି ମିଶ୍ର, ପାଳସାହି ସରପଂଚ ଅନୁସୟା ମିଶ୍ର, ସୋହଡା ସରପଂଚ ପ୍ରମୋଦ କୁମାର ସୂତାରଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ଓ କରୋନା ଯୋଦ୍ଧା ଭାବେ ସ୍ମୃତି କମିଟି ପକ୍ଷରୁ ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଚାରା ରୋପଣ ସହିତ ସ୍ୱାଧୀନତା ସଂଗ୍ରାମୀ ସାଗର ଭୂୟାଁ ସମାଧୀ ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ସାମ୍ବାଦିକ ସରୋଜ କୁମାର ସେଠୀ, ସେକ ଜାଫର ଅଲ୍ଲୀ, ପ୍ରଶାନ୍ତ କୁମାର ସାହୁ, ଜ୍ଞାନେନ୍ଦ୍ର ସାହୁ, ଜ୍ୟୋତିପ୍ରକାଶ ସାମଲ, ଅନନ୍ତ ଜେନା, ସୁଦିପ୍ତ ଖଟୁଆ, ବିବେକାନନ୍ଦ ସାମଲ, ସେକ ଜିଲାନୀ ହବିବ, ସଂଜିବ ମହାନ୍ତି, ପ୍ରମୋଦ କୁମାର ସ୍ୱାଇଁ, ସନ୍ତୋଷ କୁମାର ଦାସ, ଦେବାଶିଷ ରଥ, ସରୋଜ ଦାସ, ସୁଶାନ୍ତ ରାଉତ, ଜ୍ଞାନରଂଜନ ରାଉତ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.