Home ଜିଲ୍ଲା ପରିକ୍ରମା ପ୍ରଜ୍ଞାପୀଠରେ ମହତାବ ଜୟନ୍ତୀ ପାଳିତ

ପ୍ରଜ୍ଞାପୀଠରେ ମହତାବ ଜୟନ୍ତୀ ପାଳିତ

32

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୨୧ ତାରିଖ ସନ୍ଧ୍ୟା ୭ ଘଟିକା ସମୟରେ ଭଦ୍ରକ ପ୍ରଜ୍ଞାପୀଠ ଠାରେ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୧ତମ ଜୟନ୍ତୀ ଉତ୍ସବ ସାହିତ୍ୟ ସଂସ୍କୃତି ସଂଗଠନ ‘ଆମେ’ ପକ୍ଷରୁ ଜିଲ୍ଲା ପ୍ରଗତିଶୀଳ ସାହିତ୍ୟ ପରିଷଦ ଅଧ୍ୟକ୍ଷ ଆଡଭୋକେଟ ଗିରିଧାରୀ ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଡ. ମହତାବ ଥିଲେ ନବ ଉତ୍କଳର ନିର୍ମାଣ, ଜଣେ ମହାନ୍ ସ୍ୱାଧୀନତା ସଂଗ୍ରାମୀ, ରାଷ୍ଟ୍ରନୀତିଜ୍ଞ ଜନନାୟକ ଭାବରେ ତଙ୍କର ପରିଚୟ ବିଶ୍ୱବିଦିତ । ଭାରତବର୍ଷରେ ବିଭିନ୍ନ ରାଜନୈତିକ ଓ ସାମ୍ବିଧାନିକ ପଦବୀରେ କାର୍ଯ୍ୟ କରି ଓଡ଼ିଶା ପ୍ରଦେଶ ପାଇଁ ଆଣି ଦେଇଛନ୍ତି ଅମ୍ଳାନ ଗୌରବ । ଓଡ଼ିଶାବାସୀ ଏପରି ଜନନାୟକଙ୍କୁ ସବୁ ଦିନ ଧରି ମନେ ରଖିବେ । ଜଣେ ପ୍ରଚଣ୍ଡ ଦୂରଦ୍ରଷ୍ଟା ଭାବେ ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠା କାର୍ଯ୍ୟ ଡ. ମହତାବଙ୍କର ଏକ ଅବିଶ୍ୱସନୀୟ ସ୍ମୃତି ବୋଲି ଜୟନ୍ତୀ ଉତ୍ସବରେ ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ । ‘ଆମେ’ ସଂଗଠନର ସମ୍ପାଦକ ପ୍ରଫେସର ଅଟଳ ବିହାରୀ ନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଫେକର କମ୍ପାନୀର ପୂର୍ବତନ ଡିଜିଏମ୍ ଗଙ୍ଗାଧର ମଲ୍ଲିକ, ଆଗରପଡା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ନାରାୟଣ ସେନାପତି ମୁଖ୍ୟବକ୍ତା, ଅଧ୍ୟାପକ ନାସିର ବକ୍ସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଡ. ମହତାବଙ୍କ ସମ୍ପର୍କରେ ଉପରୋକ୍ତ ମତବ୍ୟକ୍ତ କରିଥିଲେ । ସମ୍ପାଦକ ପ୍ରଫେସର ନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କ୍ରମେ ଉକ୍ତ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଶାସକ ବିଦ୍ୟାଧର ପଲାଇ, ପୂର୍ବତନ ଅଧ୍ୟକ୍ଷ ଡ. ଅବନୀ ପ୍ରଧାନ, ଆଇନଜିବି ଅଗଣି ଚରଣ ଜେନା, ଡାକ୍ତର ରବିନାରାୟଣ ମହାପାତ୍ର, ସାମ୍ବାଦିକ ବଂଶଈଧର ଦାସ, ଶିକ୍ଷକନେତା ପ୍ରଭାକର ପରିଡା, ସମାଜସେବୀ ଲକ୍ଷ୍ମୀକାନ୍ତ ବାରିକ, ଅଧ୍ୟାପକ ଅମିତ କୁମାର ନାୟକ, ମାଧବୀଲତା ନାୟକ, ଶିକ୍ଷୟିତ୍ରୀ ଶକୁନ୍ତଳା ନାୟକ, ଗୀତାରାଣି ଆଇଚ, ଅଧ୍ୟାପିକା ସ୍ୱାଗତିକା ସାହୁ, ରଜତ ସାହୁ, କବି ଅରୂପାନନ୍ଦ ନାୟକ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.