Home ଜିଲ୍ଲା ପରିକ୍ରମା ପ୍ରକାଶ ପାଇଲା ଭଦ୍ରକ କଲେଜ ସ୍ନାତକ ପରୀକ୍ଷା ଫଳ, ବେଷ୍ଟ ଗ୍ରାଜୁଏଟ୍ ହେଲେ ପୂଜା ଚାଟାର୍ଜୀ

ପ୍ରକାଶ ପାଇଲା ଭଦ୍ରକ କଲେଜ ସ୍ନାତକ ପରୀକ୍ଷା ଫଳ, ବେଷ୍ଟ ଗ୍ରାଜୁଏଟ୍ ହେଲେ ପୂଜା ଚାଟାର୍ଜୀ

215

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପୁସ୍ତିକା ଆଜି ପୂର୍ବାହ୍ନ ୧୧ ଟା ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁବୋଧ ଚନ୍ଦ୍ର ମିଶ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି । ଅଧ୍ୟକ୍ଷ ଡ. ମିଶ୍ରଙ୍କ ଦ୍ୱାରା ପରୀକ୍ଷା ଫଳକୁ ନେଇ ଯେଉଁ ସୂଚନା ଦିଆଯାଇଥିଲା, ତଦନୁଯାୟୀ ଚଳିତ ବର୍ଷ କଳା ବିଭାଗରେ ୮୯.୫, ବିଜ୍ଞାନରେ ୮୩.୮ ଓ ବାଣିଜ୍ୟରେ ୬୮.୩ ପ୍ରତିଶତ ପାସ ହାର ରହିଛି । ଯାହାର ହାର ଗତ ବର୍ଷ ତୁଳନାରେ ବୃଦ୍ଧି ପାଇଛି । କଳାରେ ଶିକ୍ଷା ବିଭାଗର ଛାତ୍ରୀ ବାସନ୍ତୀ ବେରା, ବିଜ୍ଞାନ ବିଭାଗରେ ପ୍ରାଣୀ ବିଜ୍ଞାନ ଛାତ୍ରୀ ପୂଜା ଚାଟାର୍ଜୀ, ବାଣିଜ୍ୟରେ ସଂଜୀବ ନାଥ, ବିଏସସି ଆଇଟିଏମରେ ସୌମ୍ୟଶ୍ରୀ କ୍ରୀଷ୍ଣା ରାଉତ୍ ଟପ୍ପର ହୋଇଥିବାବେଳେ, ସର୍ବାଧିକ ନମ୍ବର ରଖି ପୂଜା ଚାଟାର୍ଜୀ ବେଷ୍ଟ ଗ୍ରାଜୁଏଟ ବିବେଚିତ ହୋଇଛନ୍ତି । ମିଳିଥିବା ତଥ୍ୟ ଅନୁଯାୟୀ କଳା ବିଭାଗରେ ମୋଟ ୩୦୫ଜଣ ପରୀକ୍ଷା ଦେଇଥିବାବେଳେ, ମୋଟ ୨୭୩ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦୩ଜଣ ସମ୍ମାନରେ ପ୍ରଥମ ଶ୍ରେଣୀ ଡିଷ୍ଟିଂକସନ ପାଇ ଉର୍ତ୍ତୀର୍ଣ୍ଣ ହୋଇଥିବାବେଳେ, ୫୫ଜଣ ପ୍ରଥମ ଶ୍ରେଣୀ ଓ ୨ଜଣ ଦ୍ୱିତିୟ ଶ୍ରେଣୀ ଡିଷ୍ଟିଂକସନ ଓ ୧୩ଜଣ ସମ୍ମାନ ଦ୍ୱିତୀୟ ଶ୍ରେଣୀ ରଖି ଉର୍ତ୍ତୀର୍ଣ୍ଣ ହୋଇଛନ୍ତି । କଳା ବିଭାଗରେ ୩୨ ଜଣ କୃତକାର୍ଯ୍ୟ ହୋଇ ପାରି ନାହାନ୍ତି । ସେହିପରି ବିଜ୍ଞାନ ବିଭାଗରେ ୨୨୯ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ସମ୍ମାନରେ ୧୦୯ଜଣ ପ୍ରଥମ ଶ୍ରେଣୀ ଡିଷ୍ଟିଂକସନ, ୭୯ଜଣ ପ୍ରଥମ ଶ୍ରେଣୀ, ୪ଜଣ ଦ୍ୱିତୀୟ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି । ବିଜ୍ଞାନ ବିଭାଗରେ ୩୭ଜଣ ପାସ କରି ପାରି ନାହାନ୍ତି ।

ଅନୁରୂପ ବାଣିଜ୍ୟ ଶ୍ରେଣୀରେ ମୋଟ ୨୩୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୬ଜଣ ଡିଷ୍ଟିଂକସନ ସହ ପ୍ରଥମ ଶ୍ରେଣୀ, ୫୮ଜଣ ପ୍ରତମ ଶ୍ରେଣୀ, ୩ଜଣ ଡିଷ୍ଟିଂକସନ ସହ ଦ୍ୱିତୀୟ ଶ୍ରେଣୀ ଓ ୨୦ଜଣ ଦ୍ୱିତୀୟ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ ହୋଇଥିବାବେଳେ, ୭୩ଜଣ ଫେଲ ହୋଇଛନ୍ତି । କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଅର୍ଥଶାସ୍ତ୍ର ସମ୍ମାନରେ ସୁଧର୍ମା ମାହାଳିକ, ଶିକ୍ଷାରେ ଭକ୍ତହରି ସାହାଣୀ, ଇଂରାଜରେ ସଂଧ୍ୟା ରାଣୀ ସାହୁ, ହିନ୍ଦୀରେ ଜ୍ୟୋତିପ୍ରକାଶ ଶତପଥି, ଇତିହାସରେ ପ୍ରାଚୀ ନାୟକ, ଗୃହ ବିଜ୍ଞାନରେ ଫିରଦସ କାଦ୍ରୀ, ଓଡିଆରେ ପ୍ରତୀକ୍ଷା ପ୍ରିୟଦର୍ଶିନୀ ନାଥ, ଦର୍ଶନ ଶାସ୍ତ୍ରରେ ଉଷାଶ୍ରୀ ସାହୁ, ରାଜନିତୀ ବିଜ୍ଞାନରେ ମୈତ୍ରେୟୀ ନାୟକ, ସମାଜ ବିଜ୍ଞାନରେ ସୁଜିତ କୁମାର ପରିଡ଼ା, ଉର୍ଦ୍ଦୁ ଫରହାନା ଖାତୁନ ସମ୍ମାନ ଶ୍ରେଣୀରେ ଟପ୍ପର ହୋଇଛନ୍ତି । ସେହିପରି ବିଜ୍ଞାନ ବିଭାଗ ସମ୍ମାନ ଶ୍ରେଣୀରେ ଉଦ୍‌ଭିଦ ବିଜ୍ଞାନରେ ଶୂଭମ ସାହୁ, ରସାୟନ ବିଜ୍ଞାନରେ ଅଭିଶେକ ନାୟକ, ଗଣିତରେ ମିନତୀ ଓଝା, ପଦାର୍ଥ ବିଜ୍ଞାନରେ ପାର୍ଥସାରଥୀ ବେହେରା, ପ୍ରାଣୀ ବିଜ୍ଞାନରେ ପୂଜା ଚାଟାର୍ଜୀ, କମ୍ପ୍ୟୁଟର ସାଇନ୍ସରେ ସୀତାଂଶୁ ଶେଖର ଦେହୁରୀ, ପରିସଂଖ୍ୟାନ ସମ୍ମାନରେ ଶ୍ୱେତପଦ୍ମା ମହାପାତ୍ର ବିଭାଗୀୟ ଟପ୍ପର ହୋଇଛନ୍ତି । ବାଣିଜ୍ୟ ସମ୍ମାନରେ ସଂଜୀବ କୁମାର ନାଥ, ବିଏସସି ମେଥରେ ମନିଶା ଶର୍ମା, ବିବିଏରେ ÷ବିନାଶ ମିଶ୍ର, ବିସିଏ ବିଭାଗରେ ଜ୍ୟୋତିପ୍ରଭା ଦିକ୍ଷୀତ ଟପ୍ପର ହୋଇଛନ୍ତି । ଏହି ପରୀକ୍ଷା ଫଳ ପ୍ରକାଶନ ସମୟରେ ପରୀକ୍ଷା ନିୟନ୍ତ୍ରକ ମୃତ୍ୟୁଂଜୟ ଦାସ,ସହ ପରୀକ୍ଷା ନିୟନ୍ତ୍ରକ ଅଜିତ କୁମାର ଦାସ ଓ ଡ. ପ୍ରତାପ ଚନ୍ଦ୍ର ସାହୁ, ରସାୟନ ବିଭାଗ ମୁଖ୍ୟ ଡ. ପଦ୍ମନାଭ ପତ୍ରି, ଇଂରାଜୀ ବିଭାଗ ମୁଖ୍ୟ ସନ୍ତୋଷ କୁମାର ସେଠୀ, ମନସ୍ତତ୍ୱ ବିଭାଗ ମୁଖ୍ୟ ଡ. ଧୀରେନ୍ଦ୍ର ନାୟକ, ରସାୟନ ବିଭାଗ ଅଧ୍ୟାପକ ଡ. ଲକ୍ଷ୍ମୀକାନ୍ତ ନାୟକ, କିରାଣୀ ସୁରେଶ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.