ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଭିଯୋଗ ଦେବାର ୩ ଦିନ ବିତିଥିଲେ ମଧ୍ୟ ମରଣାନ୍ତକ ଆକ୍ରମଣର ସମ୍ମୁଖୀନ ହୋଇ ଗୁରୁତର ଆହତ ଅବସ୍ଥାରେ ଘରେ ପଡିଥିବା ଜଣେ ମହିଳାଙ୍କ କ୍ଷେତ୍ରରେ ପୁଲିସ୍ ପାତର ଅନ୍ତର ନୀତି ଗ୍ରହଣ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ସଂପୃକ୍ତ ମହିଳା ଏହି ଜିଲାର ତିହିଡି ଥାନାରେ ଅଭିଯୋଗ ପତ୍ର ଦେଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ପ୍ରତି ପୁଲିସ୍ର କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ । ଏହି ମହିଳା ସ୍ଥାନୀୟ ଥାନାରେ ଦେଇଥିବା ଅଭିଯୋଗ ପତ୍ର ମୂଳେ ସଦାନନ୍ଦପୁର ଗ୍ରାମରେ ଲୋକନାଥ ଦାଶଙ୍କ ଘର । ତାଙ୍କ ପତ୍ନୀ ସାବିତ୍ରୀ ଗତ ୩ ତାରିଖ ଦିନ ଅପରାହ୍ନ ୨.୩୦ ସମୟରେ ଗୋରୁଗୁହାଳ ପରିଷ୍କାର କରି ଗୋବର ନେଇ ବାହାରକୁ ଫୋପାଡିବାକୁ ଯାଉଥିବା ସମୟରେ ପୂର୍ବ ଶତ୍ରୁତାକୁ ନେଇ ତାଙ୍କ ଦେଢଶୁର ଜଗନ୍ନାଥ ଦାଶ (୫୦) ହାତରେ ଧରିଥିବା ଏକ ମୂଳିଆ ବାଉଁଶ ବାଡିରେ ତାଙ୍କୁ ନିର୍ଘାତ ୮/୧୦ ପାହାର ପିଟିଥିଲେ । ଏଥିରେ ତାଙ୍କ ବାମଗୋଡ ଜଙ୍ଘ ହାଡ ଫାଟି ରକ୍ତାକ୍ତ ହୋଇଥିଲା । ଏହା ଦେଖି ପାଖରେ ଥିବା ଜଣେ ଗ୍ରାମବାସୀ ପ୍ରକାଶ ଯେନା, ଟୁବୁଲା ଯେନା ଘଟଣାସ୍ଥଳକୁ ଦୌଡିଆସି ତାଙ୍କୁ ଉଦ୍ଧାର କରିବା ସତ୍ୱେ ସେ ଉଲଗ୍ନ କରି ବିଧା, ଗୋଇଠା ମାରିବା ସହ ମୁଣ୍ଡକୁ ମାଡ ମାରିଥିଲେ । ଏହି ଆକ୍ରମଣରେ ତାଙ୍କ ବାମ ଗୋଡ ଭାଙ୍ଗି ରକ୍ତାକ୍ତ ହୋଇଥିବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ । ଏ ସଂପର୍କରେ ସେ ସଂପୃକ୍ତ ଅଭିଯୁକ୍ତଙ୍କ ନାମରେ ଅଭିଯୋଗ ପତ୍ର ଦେବାର ୩ ଦିନ ବିତିଥିଲେ ବି ଏପର୍ଯ୍ୟନ୍ତ ପୁଲିସ୍ ତାଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଚର୍ଚ୍ଚାର ବିଷୟ ହୋଇଛି ।
Home ଜିଲ୍ଲା ପରିକ୍ରମା ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତକୁ ଗିରଫ କରିବାରେ ପୁଲିସ୍ର କାର୍ଯ୍ୟ ସନ୍ଦେହ ଘେରରେ!