ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକ ଅପରପକ୍ଷର ମରଣାନ୍ତକ ଆକ୍ରମଣର ସମ୍ମୁଖୀନ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ଏହି ଜିଲାର ବାସୁଦେବପୁର ବ୍ଲକ୍ ନାୟକାଣୀଡିହ ଥାନା ଅଧୀନସ୍ଥ ବଳରାମପୁର ଗ୍ରାମରେ । ସୂଚନା ଅନୁସାରେ ବଳରାମପୁର ଗ୍ରାମରେ ରତ୍ନାକର ବେହେରାଙ୍କ ପୁତ୍ର କାଳନ୍ଦୀ ସନ୍ଧ୍ୟାରେ ନିଜ ଘର ନିକଟ ବଜାରକୁ ଯିବା ସମୟରେ ପୂର୍ବ ପ୍ରସ୍ତୁତି ଅନୁସାରେ ସେହି ଗ୍ରାମର କିଛି ଯୁବକ ଯିବାରାସ୍ତାରେ ତାଙ୍କୁ ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ମାତ୍ର ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ôଚଯିବାରୁ ସେମାନେ କାଳନ୍ଦୀକୁ ଛାଡି ପଳାଇ ଯାଇଥିଲେ । ଗ୍ରାମବାସୀମାନେ କାଳନ୍ଦୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିଲା । ଏଠାରେ ସୂଚନାଯୋଗ୍ୟ ବଳରାମପୁର ଗ୍ରାମରେ ଏହିପରି ବହୁ ଘଟଣା ଦୀର୍ଘଦିନ ଧରି ଲାଗି ରହିଛି ।