Home ଜିଲ୍ଲା ପରିକ୍ରମା ପୂର୍ବଶତ୍ରୁତାରୁ ଆକ୍ରମଣ, ଜଣେ ଗୁରୁତର ଆହତ

ପୂର୍ବଶତ୍ରୁତାରୁ ଆକ୍ରମଣ, ଜଣେ ଗୁରୁତର ଆହତ

88

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତରାସ୍ତାର ମଣିନାଥପୁର ନିର୍ମାଣାଧିନ କଲର୍ଭଟ ନିକଟରେ ତିଖିଲିଆ ଗ୍ରାମର ଗଗନ ଭୋଇଙ୍କ ଉପରେ ଆଜି ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଦିନ ପ୍ରାୟ ୧୦ଟା ସମୟରେ ଶ୍ରୀ ଭୋଇ ପଞ୍ଚାୟତ କାର୍ଯ୍ୟାଳୟରୁ ବାଇକ ଯୋଗେ ଫେରୁଥିବା ବେଳେ ପୂର୍ବ ଶତ୍ରୁତା ଯୋଗୁଁ ମଣିନାଥପୁର ଗ୍ରାମର ସମୀର ମଲ୍ଲିକ, ରାଜକିଶୋର ମଲ୍ଲିକ ଓ ଅନ୍ୟମାନେ ଅତର୍କିତ ଆକ୍ରମଣ ଆକ୍ରମଣ କରିଥିଲେ। ଗୁରୁତର ଆହତ ହୋଇଥିବା ଶ୍ରୀ ଭୋଇଙ୍କୁ ବାଟଗଲା ଲୋକେ ଉଦ୍ଧାର କରି ଯାଜପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭତ୍ତି କରିଥିଲେ। ଶ୍ରୀ ଭୋଇଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିବା ସହ ଡାହାଣ ହାତ ଭାଙ୍ଗିଯାଇଛି। ଅଣ୍ଟା ଓ ଗୋଡରେ ଆଘାତ ଲାଗିଛି ବୋଲି ଅଭିଯୋଗରେ ଦର୍ଶାଯାଇଛି। ଆହତ ଗଗନଙ୍କ ପତ୍ନୀ ବିଦ୍ୟୁତପ୍ରଭା ଭୋଇ ଏଥିନେଇ ଥାନାରେ ଅଭିଯୋଗ କରିଛନ୍ତି। ଆକ୍ରମଣକାରୀମାନେ ଅଭିଯୋଗକାରିଣୀଙ୍କୁ ଧମକ ଦେଇଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ କରିବା ସହ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଗଗନଙ୍କ ଠାରୁ ଜମାନବନ୍ଦୀ ନେଇଛନ୍ତି। ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ଥାନାରେ ମାମଲା ଋଜୁ ହୋଇନଥିବା ଜଣାଯାଇଛି। ଏଥିଯୋଗୁଁ ସଂପୃକ୍ତ ଅଞ୍ଚଳରେ ଛକାପଞ୍ଛା ଲାଗିରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.