ନୟାଗଡ଼, ୨୮ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ର ପୂର୍ବତନ ବିଧାୟକ ସ୍ୱର୍ଗତ ବଂଶୀଧର ସାହୁଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଇଟାମାଟି ଠାରେ ପାଳିତ ହୋଇଯାଇଛି। ସ୍ୱର୍ଗତ ସାହୁ ଖାଲି ଯେ ଜଣେ ବିଧାୟକ ନଥିଲେ ସେ ଏକାଧାରାରେ ବିଶିଷ୍ଟ ରାଜନେତା, ସୁସାହିତ୍ୟକ, ଶିକ୍ଷାବିତ୍, ନାଟ୍ୟକାର, ସମାଜସେବୀ ତଥା ଜଣେ ମେଳାପୀ ଓ ସାଧାସିଧା ବ୍ୟକ୍ତିତ୍ୱ ଥିଲେ ବୋଲି ଉପସ୍ଥିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମତବ୍ୟକ୍ତ କରିଥିଲେ।