Home ଜିଲ୍ଲା ପରିକ୍ରମା ପୂର୍ବତନ ପ୍ରଧାନଶିକ୍ଷକଙ୍କ ପରଲୋକ

ପୂର୍ବତନ ପ୍ରଧାନଶିକ୍ଷକଙ୍କ ପରଲୋକ

113

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିିଶିଷ୍ଟ ଶିକ୍ଷାବିତ୍‌,ଛାତ୍ରବତ୍ସଳ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ,ପରୋପକାରୀ ତଥା ସମାଜସେବୀ ସ୍ୱର୍ଗତଃ ପୁରୁଷୋତ୍ତମ ସାମଲଙ୍କର ନୂତନ ବର୍ଷର ପ୍ରଥମ ଦିବସରେ ତାଙ୍କ ଆରଡି ଛକ ସ୍ଥିତ ବାସଭବନରେ ୭୨ବର୍ଷ ବୟସରେ ମହାପ୍ରୟାଣ ଘଟିଛି । ସ୍ୱର୍ଗତଃ ସାମଲ ଭଦ୍ରକ ଜିଲ୍ଲା ଅଧୀନସ୍ଥ ଗରଦପୁର ଉଚ୍ଚ ବିଦ୍ୟାଳୟ ଓ ଜଳଙ୍ଗା ସ୍ଥିତ ୟୁ..ଏନ..ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା ଜୀବନର ପରିସମାପ୍ତି ଘଟାଇ ଅବସର ଗ୍ରହଣ କରିଥିଲେ । ତାଙ୍କ ମରଶରୀରକୁ ତାଙ୍କ ଜନ୍ମ ସ୍ଥାନ ବିଜେ ଗଙ୍ଗାଧର ପୁର ଅଣାଯାଇ ସେଠାରେ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କ ମରଶରୀରରେ ତାଙ୍କ ଜ୍ୟୋଷ୍ଠ ପୁତ୍ର ପ୍ରଣବ ମୁଖାଗ୍ନି ପ୍ରଦାନ କରିଥିଲେ । ଅନେକ ମାନ୍ୟଗଣ ବ୍ୟକ୍ତିଙ୍କ ମଧ୍ୟରେ ସମାଜସେବୀ ସୁଧାକର ରାଉତ, ବିଶ୍ୱନାଥ ନାୟକ, ରବିନାରାୟଣ ନାୟକ,ବରିଷ୍ଠ ସାମ୍ବାଦିକ ରବି ନାରାୟଣ ଖିଲାର,ଜ୍ୱାଇଁ ଜୀବନ ରାଉତ,ପୁଅର ବନ୍ଧୁ କୁନି ମହାନ୍ତି,ତପନ ନାୟକ,ଶାନ୍ତନୁ ଗୁହା,ଅଭିଜିତ ମହାନ୍ତି, ସତ୍ୟ ମହାନ୍ତି ସମେତ ସ୍ୱର୍ଗତଃ ସାମଲଙ୍କର ଅନେକ ଶିକ୍ଷକ ବନ୍ଧୁ ,ସହକର୍ମୀ,ଛାତ୍ରଛାତ୍ରୀ ଶବସତ୍କାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପରିବାର ବର୍ଗଙ୍କ ମଧ୍ୟରେ ତାଙ୍କ ସମୁଦୀ ଲକ୍ଷ୍ମୀଧର ବିଶ୍ୱାଳ,ଶ୍ରୀଧର ନାୟକ,ଧ୍ରୁବଚରଣ ପ୍ରଧାନ,ଦିଗମ୍ବର ବେହୁରା,ସଡୁ ଶରତ ଚନ୍ଦ୍ର ନାୟକ,ଶାଳକ ବିଷ୍ଣୁ ପ୍ରସାଦ ପରିଡା ଓ ପଙ୍କଜ କୁମାର ପରିଡା ଇତ୍ୟାଦି ଉପସ୍ଥିତ ଥିଲେ । ତାଙ୍କର ଜ୍ୟୋଷ୍ଠ ଜ୍ୱାଇଁ ଜୀବନ କୁମାର ରାଉତଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଶବ ସତ୍କାର କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ଭଗବାନ ତାଙ୍କ ଅମର ଆତ୍ମାର ସଦଗତି ପ୍ରଦାନ ସଙ୍ଗେ ସଙ୍ଗେ ଶୋକାକୁଳ ପରିବାରକୁ ସାହସ ପ୍ରଦାନ କରିବା ପାଇଁ ଉପସ୍ଥିତ ବନ୍ଧୁ ଓ ଆତ୍ôମୀୟସ୍ୱଜନ ଭଗବାନଙ୍କ ଠାରେ ପ୍ରାର୍ଥନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.