Home ଜିଲ୍ଲା ପରିକ୍ରମା ପୂର୍ବତନ ଛାତ୍ର କଂଗ୍ରେସ ଜିଲା ସଭାପତି ଆଶିଷ ନାୟକଙ୍କ ଇସ୍ତଫା

ପୂର୍ବତନ ଛାତ୍ର କଂଗ୍ରେସ ଜିଲା ସଭାପତି ଆଶିଷ ନାୟକଙ୍କ ଇସ୍ତଫା

38

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ କଂଗ୍ରେସର ସ୍ଥିତି କ୍ରମଶଃ ଦୁର୍ବଳ ହୋଇଆସୁଥିବାବେଳେ ଭଦ୍ରକ ଜିଲାରେ ତାହାର ପ୍ରତିଫଳନ ପରିଲକ୍ଷିତ ହୋଇଛି । ଏହି ଦଳର ବହୁ ନେତୃତ୍ୱ କଂଗ୍ରେସ ନେତୃବୃନ୍ଦଙ୍କ ମନମୁଖୀ କାର୍ଯ୍ୟକଳାପ ଓ ବ୍ୟବହାରରେ ଅତିଷ୍ଠ ହୋଇ ଦଳରୁ ଇସ୍ତଫା ଦେଇଆସୁଥିବାବେଳେ ଆଜି ଭଦ୍ରକର ପୂର୍ବତନ ଛାତ୍ର କଂଗ୍ରେସ ଜିଲା ସଭାପତି ଓ ବର୍ତ୍ତମାନର ଖଣ୍ଡତଡା ପଂଚାୟତର ସଭାପତି ଭାବେ କାର୍ଯ୍ୟ କରୁଥିବା ଆଶିଷ କୁମାର ନାୟକ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ଭଦ୍ରକ ଜିଲା କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ଭଦ୍ରକ ଜିଲା କଂଗ୍ରେସର ଦୁର୍ବଳ ନେତୃତ୍ୱ ଓ କଂଗ୍ରେସ ନେତୃବୃନ୍ଦଙ୍କ ମନମୁଖୀ ବ୍ୟବହାରରେ ଅତିଷ୍ଠ ହୋଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବାର ସୂଚାଇଛନ୍ତି । ଏବଂ ଏହାର ଏକକିତା ନକଲ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ଗୋଚରାର୍ଥେ ପ୍ରେରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.