Home ଜିଲ୍ଲା ପରିକ୍ରମା ପୂର୍ବତନ କାଉନ୍‌ସିଲର ଓ ଶିକ୍ଷକ ନେତାଙ୍କ ମଧ୍ୟରେ ବିବାଦ, ଉଭୟଙ୍କ ପକ୍ଷରୁ ଥାନାରେ ମାମଲା, ଶିକ୍ଷକ...

ପୂର୍ବତନ କାଉନ୍‌ସିଲର ଓ ଶିକ୍ଷକ ନେତାଙ୍କ ମଧ୍ୟରେ ବିବାଦ, ଉଭୟଙ୍କ ପକ୍ଷରୁ ଥାନାରେ ମାମଲା, ଶିକ୍ଷକ ନେତା କଟକ ସ୍ଥାନାନ୍ତର

67

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାଚେରୀ ନିର୍ମାଣକୁ ନେଇ ଆଜି ଭଦ୍ରକ ସହରର ଜଣେ ଶିକ୍ଷକ ନେତା ଓ ପୂର୍ବତନ କାଉନ୍‌ସିଲରଙ୍କ ମଧ୍ୟରେ ବିବାଦ ଘଟି ଉଭୟଙ୍କ ପକ୍ଷରୁ ମାମଲା ଯାଇ ଥାନାରେ ପହଞ୍ôଚଛି । ଏପରିକି ଏହି ରିପୋର୍ଟ ଲେଖାଯିବା ବେଳକୁ ଶିକ୍ଷକ ନେତାଙ୍କୁ ପୁଲିସ୍ ଆମ୍ବୁଲାନ୍ସ ସହାୟତାରେ ତାଙ୍କ ଘରୁ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଏଭଳି ଏକ ସ୍ପର୍ଶକାତର ଘଟଣା ସଂପର୍କରେ ସହରାଞ୍ଚଳ ଥାନାରେ ଶିକ୍ଷକନେତାଙ୍କ ପତ୍ନୀ କଲ୍ୟାଣୀ ମହାକୁଡ (୬୦) ଦେଇଥିବା ଅଭିଯୋଗ ପତ୍ର ମୂଳେ ସହରାଞ୍ଚଳ ଥାନା ଅଧୀନସ୍ଥ ମଠସାହିରେ ତାଙ୍କ ସ୍ୱାମୀ ତଥା ଶିକ୍ଷକ ନେତା ନରେନ୍ଦ୍ର ପ୍ରସାଦ ମହାକୁଡ ସପରିବାର ଘର କରି ୨୦ ବର୍ଷ ହେବ ରହିଆସୁଛନ୍ତି । ନିଜ ଘର ଚର୍ତୁଃପାଶ୍ୱର୍ରେ ସେ ଅର୍ଦ୍ଧ ବାଉଣ୍ଡାରୀ କରି ରହିଆସିବା ମଧ୍ୟରେ ଚୋରଙ୍କ ଉପଦ୍ରବରୁ ରକ୍ଷା ପାଇବା ପାଇଁ ଆଜି ଦିନ ସକାଳ ୧୦ଟା ସମୟରେ ବାଉଣ୍ଡାରୀକୁ ଉଚ୍ଚା କରି ନିର୍ମାଣ କରୁଥିଲେ । ଏହି ସମୟରେ ପଡୋଶୀ ତଥା ପୂର୍ବତନ କାଉନ୍‌ସିଲର ପ୍ରବୀର ଜେନା ନିଜ ପିତା ପ୍ରତାପ ଜେନା, ଭାଇ ମିଟୁ ଜେନାଙ୍କ ସମେତ ନିଜର ୮/୧୦ ଜଣ ସହଯୋଗୀଙ୍କ ସହ ତାଙ୍କ ପରିବାର ପ୍ରତି ଅଶ୍ଳୀଳ ଭାଷା ପ୍ରୟୋଗ କରି ମାଡ ମାରିଥିଲେ । ଏପରିକି କଲ୍ୟାଣୀଙ୍କ ଚୁଟିକୁ ଘୋଷାରି ଏକ ଲୁହାରଡ୍ ଦ୍ୱାରା ତାଙ୍କୁ ଅର୍ଦ୍ଧ୍ୱ ଉଲଗ୍ନ କରି ପ୍ରହାର କରିଥିଲେ । ଏହାଦେଖି ତାଙ୍କ ସ୍ୱାମୀ ନରେନ୍ଦ୍ର ସେଠାରେ ପହଞ୍ôଚ ପ୍ରତିବାଦ କରିବାରୁ ପ୍ରବୀର ଜେନା ଓ ତାଙ୍କ ପରିବାର ଲୋକମାନେ ସ୍ଥାନୀୟ ଅଂଚଳର ୮/୧୦ ଜଣ ଯୁବକଙ୍କ ସହାୟତାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ କଲ୍ୟାଣୀଙ୍କର ହାତ ପାପୁଲି ରକ୍ତାକ୍ତ ହୋଇଥିଲା ।

ଏବଂ ତାଙ୍କ ସ୍ୱାମୀଙ୍କୁ ତଳେ ପକାଇ ଲୁହାରଡ୍‌ରେ ମାରିଥିଲେ । ଏପରିକି ବେକରେ ଗାମୁଛା ଗୋଡାଇ ଟାଣି ଧରିବାରୁ ସେ ଚେତାଶୂନ୍ୟ ହୋଇପଡିଥିଲେ । ଏହି ଘଟଣାରେ ସେ ଚିତ୍କାର କରି ବାହାର ଲୋକଙ୍କ ସହାୟତା ମାଗିବା ବେଳେ ଶ୍ରୀ ଜେନା ତାଙ୍କୁ ହତ୍ୟା କରିବାର ଚେତାବନୀ ଦେଇଥିଲେ । ଆଜିର ଏହି ଘଟଣା ସଂପର୍କରେ ଅପରପକ୍ଷ ଶ୍ରୀ ଜେନା ଥାନାରେ ଦେଇଥିବା ଅଭିଯୋଗ ଓ ଗଣମାଧ୍ୟମକୁ ଦେଇଥିବା ସୂଚନା ମୂଳେ ସେମାନଙ୍କର ଦୁଇଟି ପରିବାରଙ୍କ କୋଠା ମଝିରେ ବାଉଣ୍ଡାରୀ ନିର୍ମାଣ ସମୟରେ ମାପଚୁପ କରି ଉଭୟଙ୍କ ସହମତିରେ ଓ ବ୍ୟୟରେ ପାଚେରୀ ନିର୍ମାଣ କରାଯିବା କଥା, କିନ୍ତୁ ସେ ତାହା ନକରି ତାଙ୍କ ଅର୍ଦ୍ଧ୍ୱ ନିର୍ମିତ ଗୃହର ନିର୍ମାଣ ସମୟରେ ପାଚେରୀ ପାଶ୍ୱର୍ରେ ପ୍ଲାଷ୍ଟିକ୍ ଜରି ବାନ୍ଧିଥିବାରୁ ଶ୍ରୀ ମହାକୁଡ ଏହାର ସୁଯୋଗରେ ତାଙ୍କୁ ଅନ୍ଧାରରେ ରଖି ଅର୍ଦ୍ଧ ନିର୍ମିତ ପାଚେରୀକୁ ନିର୍ମାଣ କରିଥିଲେ । ଯାହା ତାଙ୍କ ଘରର ଝରକାରେ ପବନ ଯିବାଆସିବାରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା । ଫଳରେ ସେ ଓ ତାଙ୍କ ପରିବାର ପ୍ରତିବାଦ କରିବାରୁ ଶ୍ରୀ ମହାକୁଡ ମଦ ପିଇଥିବାରୁ ତଳେ ପଡି କ୍ଷତାକ୍ତ ହୋଇଥିଲେ । ଏହି ଘଟଣାରେ ସେ ଓ ତାଙ୍କ ପରିବାରଙ୍କର ପ୍ରତ୍ୟକ୍ଷ ଭାବେ କୌଣସି ସଂପର୍କ ନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି । ତେବେ ଏହି ଘଟଣାରେ ଶ୍ରୀ ମହାକୁଡ ଏବେ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ପତ୍ନୀ ପ୍ରବୀରଙ୍କ ପରିବାର ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ନିଜ ପରିବାରର ସୁରକ୍ଷା ସହ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସର୍ବଶେଷ ଖବର ଅନୁଯାୟୀ ଶ୍ରୀ ମହାକୁଡଙ୍କୁ ଭଦ୍ରକ ଡାକ୍ତରଖାନାକୁ କଟକ ବଡ ମେଡିକାଲକୁ ରେଫର କରାଯାଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.