Home ଜିଲ୍ଲା ପରିକ୍ରମା ପୁଲିସ ଆକ୍ରୋଶ ମୂଳକ ଭାବେ ଶାସକ ଦଳର ଇଙ୍ଗିତରେ କରୁଛି ଗିରଫଦାରୀ, ଆଜିଠାରୁ ଆଉ ଗିରଫ...

ପୁଲିସ ଆକ୍ରୋଶ ମୂଳକ ଭାବେ ଶାସକ ଦଳର ଇଙ୍ଗିତରେ କରୁଛି ଗିରଫଦାରୀ, ଆଜିଠାରୁ ଆଉ ଗିରଫ କରାଗଲେ ବିଜେପି ଆପଣେଇବ କଠୋର ପନ୍ଥା – ବିଷ୍ଣୁ ସେଠୀ

50

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୬ ତାରିଖରେ ବିଜେପି ତରଫରୁ ଏକ ଗଣବିକ୍ଷୋଭ ଓ ରାଲି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାର ଓବିସି ସଂରକ୍ଷଣ କୋଟାକୁ ଉଚ୍ଛେଦ କରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ଆଗେଇ ଚାଲିଛନ୍ତି । ଏଭଳି ଅଗଣତାନ୍ତ୍ରିକ ମନୋଭାବ ଓ ପ୍ରକ୍ରିୟା ବିରୁଦ୍ଧରେ ବିଜେପି ଭଦ୍ରକରେ ଆନ୍ଦୋଳନ କରିଥିଲା । ଦଳର ପ୍ରତିବାଦ ସଭା ଜାରି ରହିଥିବା ବେଳେ କେତେକ ଅଚିହ୍ନା ଯୁବକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ହତା ଭିତରକୁ ପଶି ବ୍ୟାନର ଆଦି ଚିରାଚିରି କରିଥିଲେ । ପଞ୍ଚାୟତ ନିର୍ବାଚନ ସଂରକ୍ଷିତ ପଞ୍ଚାୟତ ଧାରା ସମ୍ପୂର୍ଣ୍ଣ ଅଗଣତାନ୍ତିକ ଓ ସରକାରୀ ଦଳର ପରାମର୍ଶରେ ହେଲାପରି ଅନୁମାନ କରାଯାଉଛି । ଯାହାକୁ ପ୍ରତିବାଦ କରି କିଛି ଯୁବକ ଏପରି ଆଇନକୁ ହାତକୁ ନେଇ ନିଜର ଅସନ୍ତୋଷ ଜାହିର କରିଥିବା ବେଳେ ପୁଲିସ ଶାସକ ଦଳର ହାତବାରିସୀ ହୋଇ ଜିଲ୍ଲା ତମାମ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରୁଛି । ଏଫ୍‌ଆଇଆର୍‌ରେ ୯ଜଣଙ୍କ ନାମ ଥିଲା ବେଳେ ଏବଂ ଅନ୍ୟାନ୍ୟ ଆଳରେ ଯାହାକୁ ପାରୁଛି ବାନ୍ଧୁଛି । ନୀରିହ କାର୍ଯ୍ୟକର୍ତ୍ତା ଯେଉଁମାନେ କେବେ ଆଇନ ଶୃଙ୍ଖଳା ଭଙ୍ଗ କରନ୍ତି ନାହିଁ, ଯେଉଁମାନେ ସଭା ସ୍ଥଳକୁ ଆଦୌ ଆସି ନାହାନ୍ତି, ଯେଉଁମାନେ ସଭାସ୍ଥଳରେ ଉପସ୍ଥିତ ଥିଲେ ସେହଭଳି କାର୍ଯ୍ୟକର୍ତ୍ତାଙ୍କୁ ପୁଲିସ ଜୋର ଜବରଦସ୍ତ ଗିରଫ କରୁଛି । ଯାହାକୁ ବିଜେପି ବରଦାସ୍ତ କରିବ ନାହିଁ । ପୁଲିସ ଶାସକ ଦଳର ଇଙ୍ଗିତରେ ଗିରଫଦାରୀ ଚଲାଇଛି । ଆଜିଠାରୁ ଯଦି ଆଉ ଜଣେ କାହାକୁ ପୁଲିସ ଏହି ମାମଲାରେ ଗିରଫ କରେ ତେବେ ବିଜେପି କଠୋର ପନ୍ଥା ଗ୍ରହଣ କରିବ । ଜିଲ୍ଲା ତମାମ୍ ଫାଣ୍ଡି ଠାରୁ ଆରମ୍ଭ କରି ଏସ୍‌ପି ଅଫିସ ପର୍ଯ୍ୟନ୍ତ ଆନ୍ଦୋଳନକୁ ନିଆଯିବ ବୋଲି ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ ଚେତାବନୀ ଦେଇଛନ୍ତି । ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢୀଙ୍କ ପୌରୋହିତ୍ୟରେ ଜିଲ୍ଳା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀଯୁକ୍ତ ସେଠୀ ଗଣମାଧ୍ୟମ ଜରିଆରେ ଜିଲ୍ଲା ପ୍ରଶାସନକୁ ଏହି ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁ, ଅଶୋକ ପରିଜା, ଜିଲ୍ଲା ସମ୍ପାଦକ ମନୋଜ ମଲ୍ଲିକ, ଶଶିକାନ୍ତ ବିଶ୍ୱାଳ, ଜିଲ୍ଲା ଓବିସି ମୋର୍ଚ୍ଚା ପ୍ରଭାରୀ ବୁଦ୍ଧଦେବ ଜେନା, ବାସୁଦେବପୁର ନେତା ମାଧବାନନ୍ଦ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.