Home ଜିଲ୍ଲା ପରିକ୍ରମା ପୁଲିସ୍ ପକ୍ଷରୁ ପ୍ରବାସୀ ଓଡ଼ିଆ, ଅନ୍ୟ ରାଜ୍ୟ ପ୍ରବାସୀ ଓ ପଥଚାରୀଙ୍କୁ ଖାଦ୍ୟ ବଣ୍ଟନ

ପୁଲିସ୍ ପକ୍ଷରୁ ପ୍ରବାସୀ ଓଡ଼ିଆ, ଅନ୍ୟ ରାଜ୍ୟ ପ୍ରବାସୀ ଓ ପଥଚାରୀଙ୍କୁ ଖାଦ୍ୟ ବଣ୍ଟନ

135

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମାରୀ କରୋନା ଯୋଗୁଁ ବିପଦରେ ଜୀବନ ଜୀବିକା, ଡହ ଡହ ଖରାରେ ରାଜରାସ୍ତାରେ ଶହ ଶହ କିଲୋମିଟର ପାଦରେ ଚାଲି ଚାଲି ଘରମୁହାଁ ପ୍ରବାସୀ । ଏଭଳି ସ୍ଥିତି କେହି ଯେମିତି ଭୋକିଲା ରହିବେନି କି ପାଦରେ ଚାଲିବେନି ସେ ନେଇ ବେଶି ଯତ୍ନବାନ ଭଦ୍ରକ ପୁଲିସ୍ । ଜିଲା ଆରକ୍ଷୀ ଅଧୀକ୍ଷକ ରାଜେଶ ପଣ୍ଡିତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚରମ୍ପା ଧାମରା ବ୍ରିଜ୍ ତଳେ ପୁଲିସ୍ ପକ୍ଷରୁ ଦିଆଯାଉଛି ରନ୍ଧା ଖାଦ୍ୟ । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ପ୍ରବାସୀମାନଙ୍କୁ ଏଠାରେ ପୁଲିସ୍ ପକ୍ଷରୁ ଖାଦ୍ୟ ପ୍ରଦାନ ସହ ଚାଲି ଚାଲି ଯାଉଥିବା ପ୍ରବାସୀଙ୍କ ପାଇଁ ଗାଡିର ବ୍ୟବସ୍ଥା କରୁଛି ପୁଲିସ୍ । ଜିଲା ପୁଲିସ୍ ଏତାଦୃଶ କାର୍ଯ୍ୟ ପାଇଁ ପ୍ରବାସୀ ଉପକୃତ ହେବା ସହ ସାଧାରଣରେ ପ୍ରଶଂସା କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.