Home ଜିଲ୍ଲା ପରିକ୍ରମା ପୁଲିସ୍ ଓ ମଦ ମାଫିଆଙ୍କ ମଧୁଚନ୍ଦ୍ରିକା; ଚୋରା ଦେଶୀ ମଦ ବେପାରୀଙ୍କ ଘରେ ପଶିଲେ ମହିଳା

ପୁଲିସ୍ ଓ ମଦ ମାଫିଆଙ୍କ ମଧୁଚନ୍ଦ୍ରିକା; ଚୋରା ଦେଶୀ ମଦ ବେପାରୀଙ୍କ ଘରେ ପଶିଲେ ମହିଳା

35

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ସାବରଙ୍ଗ ଥାନା ଅଧୀନସ୍ଥ ଗୋରାମାଟି ଗ୍ରାମପଞ୍ଚାୟତର ୮ନଂ ୱାର୍ଡର ଜେନାସାହି ଛକରେ କରୋନା ଜନିତ ସଟଡାଉନ୍ ଓ ଲକଡାଉନ୍‌ରେ ଚାଲିଛି ବେଆଇନ୍ ଚୋରା ଦେଶୀ ମଦ ବେପାର । ପ୍ରାୟ ୯ ମାସ ହେବ ଏହି ମାଫିଆମାନେ ଛକରେ ଖୋଲାଖୋଲି ଭାବେ ସେମାନଙ୍କର ବେପାର କରିଆସୁଥିବାବେଳେ ତାଲାବନ୍ଦ ବେଳେବି ଦିନରାତି ନିଜର ବ୍ୟବସାୟ ଜାରି ରଖିଛନ୍ତି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଏଥିନେଇ ସାବରଙ୍ଗ ଥାନାରେ ବହୁବାର ଅଭିଯୋଗ କରାଯାଉଥିଲେ ମଧ୍ୟ ମଦ ମାଫିଆଙ୍କ ସହ ସେମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରୁନାହିଁ । ଏଣୁ ସ୍ଥାନୀୟ ମହିଳାମାନେ ମିଶି ଏଭଳି ଚୋରା ମଦ ବିକ୍ରି କରୁଥିବା ବେପାରୀଙ୍କ ଘରେ ପଶି ହରତାଳ କରିବା ସହ ମଦ ବିକ୍ରି ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଏହି ମଦ ମାଫିଆଙ୍କ ଚୋରା କାରବାର ସଂପର୍କରେ ପୁଲିସ୍‌କୁ ଖବର ଦିଆଯାଉଥିବାବେଳେ ପୁଲିସ୍ ପହଞ୍ôଚବା ପୂର୍ବରୁ ସେମାନେ ଫେରାର ହେଇଯାଉଛନ୍ତି । ଏହା ପୁଲିସ୍‌ର ମଦ ମାଫିଆଙ୍କ ସହ ଥିବା ମଧୁଚନ୍ଦ୍ରିକା ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.