Home Top News ପୁରୀ ରେଳୱେ ଷ୍ଟେସନରେ ମକ୍ ଡ୍ରିଲ

ପୁରୀ ରେଳୱେ ଷ୍ଟେସନରେ ମକ୍ ଡ୍ରିଲ

21

ପୁରୀ ୧୪-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ରେଳୱେ ଷ୍ଟେସନର ମକ୍ ଡ୍ରିଲ। ରଥ ଯାତ୍ରାରେ ଲକ୍ଷାଧିକ ଭକ୍ତ ଓ ଯାତ୍ରୀ ପୁରୀ ଆସିବାକୁ ଥିବାରୁ ଯଦି ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ ଘଟେ ଏହାକୁ କିଭଳି ମୁକାବିଲା କରିହେବ ସେ ନେଇ ଓଡ଼ିଶା ପୋଲିସ ଓ ରେଲୱେ ସୁରକ୍ଷା ବାହିନୀ ଏହି ମକ୍ ଡ୍ରିଲ କରିଥିଲେ। ଓଡ଼ିଶା ପୋଲିସର ଚଦ୍ମ ବେଶ୍ ଧାରି ୩ ଜଣ ଆତଙ୍କବାଦୀ ପୁରୀ ରେଳୱେ ଷ୍ଟେସନରେ ରେଳୱେ ସୁରକ୍ଷା ବାହିନୀ କୁ ଆକ୍ରମଣ କରି ଷ୍ଟେସନରେ ପ୍ରବେଶ କରିଥିଲେ। ପରେ ଆତଙ୍କବାଦୀମାନେ ଏକ ନମ୍ୱର ଓ ଦୁଇ ନମ୍ୱର ପ୍ଲାଟ ଫର୍ମ ରେ ଥିବା ଯାତ୍ରୀଙ୍କୁ ଗୁଳି କରିଥିଲେ। ପରେ ୩ ନମ୍ୱର ପ୍ଳାଟ ଫର୍ମ ରେ ଥିବା ତପସ୍ଵିନୀ ଏକ୍ସପ୍ରେସ କୁ ହାଇଯାକ କରିଥିଲେ। ପରେ ରେଳୱେ ପୋଲିସ ଆସି ଆତଙ୍କବାଦୀ ଙ୍କୁ ଧରିବାକୁ ଚେଷ୍ଟା କଲେ ହେଲେ ବିଫଳ ହେଲେ। ପରେ ଓଡ଼ିଶା ପୋଲିସ ର ସ୍ବତନ୍ତ୍ର STU କମାଣ୍ଡୋ ମାନେ ଲୋକ ଙ୍କୁ ଆତଙ୍କବାଦୀ ଙ୍କ କବଳ ରୁ ରକ୍ଷା କରିଥିଲେ। ସବୁ ୩ ଆତଙ୍କବାଦୀ ଙ୍କୁ ହତ୍ୟା କରିଥିଲେ। ପରେ ଅଗ୍ନିଶମ ବାହିନୀ ଆସି ରେଳୱେ ଷ୍ଟେସନ ରେ ଲାଗିଥିବା ନିଆଁ କୁ ଆୟତ କରିଥିଲେ। ଓଡରାଫ ଟିମ୍ ଆସି ଆହତ ଯାତ୍ରୀ ଙ୍କୁ ଉଦ୍ଧାର କରିଥିଲା। ତେବେ ଏହି ମକ ଡ୍ରିଲ ଯୋଗୁ ଆତଙ୍କବାଦୀ ଆକ୍ରମଣରେ କିଭଳି ମୁକାବିଲା କରିହେବ ସେ ନେଇ ପ୍ରସ୍ତୁତି ହୋଇଥିବା ଆର ପି ଏଫ୍ ଓ ଜିଆରପୀ ଅଧିକାରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.