ପୁରୀ, ୧/୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ଆଜି ପୁରୀ ଜିଲାରେ ୧୩୬ ଜଣ କୋଭିଡ୍ ପଜେଟିଭ ଚିହ୍ନଟ ହେବା ପରେ ଜିଲାରେ ଏହି ସଂଖ୍ୟା ୩୬୩୬ ରେ ପହଂଚିଚି। ସେମାନଙ୍କ ମଧ୍ୟରୁ ୨୭୪୪ ଜଣ ସୁସ୍ଥ ହୋଇ ନନିଜ ନିଜ ଘରକୁ ଫେରିଛନ୍ତି। ବର୍ତମାନ ୮୭୭ ଜଣ କୋଭିଡ୍ ଆକ୍ରାନ୍ତ ବିଭିନ୍ନ କୋଭିଡ୍ ଚିକିତ୍ସାଳୟ ରେ ଚିକିତ୍ସାଧିନ ରହିଛନ୍ତି। ଜିଲାରେ ୫୯, ୭୦୪ ଜଣ ଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ୪୬ ଟି କନଟେନମେଂଟ ଜୋନ ଜିଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହେଉଛି।ଆଜି ସୁଧା ଜିଲାରେ ମୃତ୍ୟୁ ସଂଖ୍ୟା ୧୫ ରେ ରହିଛି।